ଚିନ୍ତାରେ ଆକାଶ

Get real time updates directly on you device, subscribe now.

ଅଭିନେତା, ରାଜନେତା ତଥା ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ । ଲକ୍ଡାଉନ୍ କାଳରେ ବେଶ୍ ଚିନ୍ତାରେ ପଡ଼ିଛନ୍ତି । କିନ୍ତୁ ତାଙ୍କର ଏ ଚିନ୍ତା ନିଜ ପାଇଁ ନୁହେଁ ବରଂ ନିଜ ନିର୍ବାଚନମଣ୍ଡଳୀର ବାସିନ୍ଦାଙ୍କ ପାଇଁ । ମହାମାରୀ କରୋନାର ଦ୍ୱିତୀୟ ଲହର ଅଧିକ ଭୟଙ୍କର ହୋଇଥିବାବେଳେ ଆକାଶ ଏବେ ଫୋନ୍ ମାଧ୍ୟମରେ ଲୋକଙ୍କ ଭଲମନ୍ଦ ବୁଝୁଛନ୍ତି । ସେମାନଙ୍କୁ କିଛି ପ୍ରେରଣାଦାୟୀ କଥା କହି ଜଗି ରଖି ଚଳିବାକୁ ପରାମର୍ଶ ଦେଉଛନ୍ତି । ବେଳେ ବେଳେ ବିଭିନ୍ନ ଭିଡିଓ, ଅଡିଓ ଏବଂ କିଛି ଲେଖା ଲେଖି ତାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି । ଅଭିନୟକୁ ନିଶା ଓ ରାଜନୀତିକୁ ଦାୟିତ୍ୱ ମନେ କରୁଥିବା ଆକାଶ ଓଡ଼ିଆ ଚଳଚ୍ଚିତ୍ରର ବର୍ତ୍ତମାନ ସ୍ଥିତିକୁ ନେଇ ବି ବେଶ୍ ମର୍ମାହତ । ସେ କହିଛନ୍ତି, କରୋନାର କଳାବାଦଲ ନ ହଟିବା ଯାଏଁ ମନୋରଞ୍ଜନ ଶିଳ୍ପକୁ ନେଇ ସ୍ୱପ୍ନ ଦେଖିବା ବୃଥା । ତଥାପି ଏହି ସମୟରେ ଛୋଟ ପରଦା ଓ ୱେବ୍ସିରିଜ୍ କିଛି ମାତ୍ରାରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଚାଲିଛନ୍ତି । ଆଗକୁ ଯାହା ହେବ ଭଲ ହେବ । ସେହି ଆଶା, ବିଶ୍ୱାସ ଓ ଭରସା ରଖି ଆଗେଇ ଚାଲିବାକୁ ହେବ ବୋଲି ଆକାଶ କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons