ବେଜିଂ: ଚୀନ୍ର ଇନର ମଙ୍ଗୋଲିଆ ଅଞ୍ଚଳରେ ପୁଣି ଥରେ ପ୍ଲେଗ୍ ରୋଗ ମୁଣ୍ଡ ଟେକିଛି । ଏହାଯୋଗୁ ଏବେ ଆଉ ଜଣେ ବ୍ୟକ୍ତି ପ୍ରାଣ ହରାଇବା ପରେ ସେଠାକାର ଗୋଟିଏ ଗ୍ରାମକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି ।
ଇନର ମଙ୍ଗୋଲିଆର ବାଟୋଉ ସହରରେ ରବିବାର ଉକ୍ତ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିଲାବେଳେ ଗୁରୁବାର ସେ ବୁ୍ୟବୋନିକ୍ ପ୍ଲେଗରେ ଆକ୍ରାନ୍ତ ହୋଇଥିବାର ସ୍ପଷ୍ଟ ହୋଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ଦ୍ୱାରା ପ୍ଲେଗ୍ ବ୍ୟାପିବାକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଉକ୍ତ ଗ୍ରାମକୁ ସମ୍ପୂର୍ଣ୍ଣ ଭାବେ ଲକ୍ଡାଉନ କରାଯାଇଛି । ସେଠାରୁ କାହାକୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯାଉନାହିଁ । ସେହିପରି ବାହାର ଅଞ୍ଚଳରୁ ବି କାହାକୁ ସେଠାକୁ ଯିବା ପାଇଁ ସୁଯୋଗ ଦିଆଯାଉନାହିଁ । ଗ୍ରାମର ସମସ୍ତ ଘରକୁ ପ୍ରତିଦିନ ସାନିଟାଇଜ୍ କରିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଉକ୍ତ ଗ୍ରାମର ସମସ୍ତ ବାସିନ୍ଦାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । କିନ୍ତୁ ସବୁ ନମୁନା ନେଗେଟିଭ୍ ବାହାରିଛି । ମୃତ ବ୍ୟକ୍ତିଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଥିବା ୯ ଜଣ ବ୍ୟକ୍ତି ଏବଂ ପରୋକ୍ଷ ଭାବେ ସଂସ୍ପର୍ଶରେ ଆସିଥିବା ଆଉ ୨୬ ଜଣ ବ୍ୟକ୍ତିଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ଚଳିତ ବର୍ଷ ଚୀନ୍ରେ ପ୍ଲେଗ୍ ସଂକ୍ରମଣ ଦେଖାଦେବାର ଏହା ହେଉଛି ଦ୍ୱିତୀୟ ଘଟଣା । ଗତ ଜୁଲାଇ ମାସରେ ସେଇ ଇନର ମଙ୍ଗୋଲିଆର ବାୟାନୁର ଅଞ୍ଚଳରେ ବି ପ୍ଲେଗ୍ ସଂକ୍ରମଣ ଯୋଗୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିଲା । ଏହାପରେ ସେଠାକାର ଅନେକ ଅଞ୍ଚଳକୁ ଲକଡାଉନ୍ କରାଯାଇଥିଲା ।
ବ୍ୟାକ୍ଟେରିଆ ଯୋଗୁ ସୃଷ୍ଟି ହେଉଥିବା ପ୍ଲେଗ୍ର ତିନିଟି ରୂପ ଭିତରୁ ବୁ୍ୟବୋନିକ୍ ପ୍ଲେଗ୍ ହେଉଛି ଗୋଟିଏ । ଏହାଯୋଗୁ ରୋଗୀକୁ ଜ୍ୱର ଓ କାଶ ହେବା ସହିତ ତା’ର ଆଙ୍ଗୁଠିଗୁଡିକ କଳା ପଡି ସଢି ଯାଇଥାଏ । ଉପଯୁକ୍ତ ସମୟରେ ଚିକିତ୍ସା ନକଲେ ପ୍ଲେଗ୍ ମୃତୁ୍ୟର କାରଣ ହୋଇଥାଏ । ବିଶ୍ୱରେ ପ୍ରାୟ ତିନି ଥର ପ୍ଲେଗ୍ ମହାମାରୀ ରୂପ ଧାରଣ କରିଛି । କିଛି ଶତାଦ୍ଧୀ ତଳେ ୟୁରୋପରେ ଏହି ରୋଗ ବ୍ୟାପିବା ଯୋଗୁ ୫୦ ନିୟୁତ ଲୋକ ପ୍ରାଣ ହରାଇଥିଲେ ।
Comments are closed, but trackbacks and pingbacks are open.