ଚୀନ୍ ଅର୍ଥନୀତି ଉପରେ କଳାବାଦଲ

Get real time updates directly on you device, subscribe now.

ବେଜିଂ: ଚୀନ୍ର ଅର୍ଥନୀତି ଉପରେ କଳାବାଦଲ ଛାଇବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନକାରାତ୍ମକ ରିପୋର୍ଟ ଏହି ଚିତ୍ର ସ୍ପଷ୍ଟ କରିଛି । ଏବେ ଦେଶର ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୧୭ ବର୍ଷ ସର୍ବନିମ୍ନ ସ୍ତରକୁ ଖସିଆସିଥିବା ସୂଚନା ମିଳିଛି । ଏହାଛଡ଼ା ନିବେଶ ଓ ଖୁଚୁରା ବିକ୍ରି ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ବୁଧବାର ପ୍ରକାଶ ପାଇଥିବା ସରକାରୀ ତଥ୍ୟରୁ ଏହା ଜାଣିବାକୁ ମିଳିଛି ।
ଆମେରିକା ସହ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଦ୍ୱାରା ଚୀନ୍ ଏଭଳି ସଂକଟ ମଧ୍ୟଦେଇ ଗତି କରୁଛି । ଚୀନ୍ ଏହା ମାନିବାକୁ ପ୍ରସ୍ତୁତ ନଥିବା ବେଳେ ଅର୍ଥନୀତିଜ୍ଞମାନେ ବାଣିଜ୍ୟ ଯୁଦ୍ଧକୁ ହିଁ ମୁଖ୍ୟ କାରଣ ବୋଲି ଦର୍ଶାଉଛନ୍ତି । ଆମେରିକା ସହ ଟାରିଫ୍ ୱାର ଏବଂ ବିଶ୍ୱ ଚାହିଦା ହ୍ରାସ ପାଇବା ଯୋଜୁ ଚୀନ୍ ଅର୍ଥନୀତି ଏବେ ସଂଘର୍ଷ କରୁଛି । ଚୀନ୍ର ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ଚଳିତବର୍ଷ ଜୁଲାଇରେ ୪.୮%କୁ ହ୍ରାସ ପାଇଛି । ଜୁନ୍ରେ ଏହା ୬.୩% ରହିଥିଲା । ୨୦୦୨ ପରଠାରୁ ଏହା ସର୍ବନିମ୍ନ ସ୍ତର ବୋଲି ଜାଣିବାକୁ ମିଳିଛି ।
ଚୀନ୍ର ରାଷ୍ଟ୍ରୀୟ ପରିସଂଖ୍ୟାନ ବ୍ୟୁରୋର ମୁଖପାତ୍ର ଲିୟୁ ଆଇହୁଆ କହିଛନ୍ତି, ଘରୋଇ ଅର୍ଥନୀତି ଉପରେ ଚାରିଆଡୁ ବିପଦ ମାଡ଼ିଆସିଛି । ଗୋଟିଏ ପଟେ ଟାରିଫ୍ ୱାର ଯୋଗୁ ବାହ୍ୟ ଚାପ ଚୀନ୍ ଉପରେ ପଡୁଛି । ଘରୋଇ କ୍ଷେତ୍ରରେ ମଧ୍ୟ ଚାହିଦା ହ୍ରାସ ପାଇଛି । ଏହି ସମସ୍ୟା ସତ୍ତେ୍ୱ ଅର୍ଥନୀତିର ଏକ ଆଖିଦୃଶିଆ ତଥା ନିରନ୍ତର ଅଭିବୃଦ୍ଧି ଘଟିବା ନିହାତି ଆବଶ୍ୟକ ।
ଅନ୍ୟପକ୍ଷରେ ଚୀନ୍ର ଖୁଚୁରା ବିକ୍ରି ଚଳିତବର୍ଷ ଜୁଲାଇରେ ୭.୬%କୁ ହ୍ରାସ ପାଇଛି । ଜୁନ୍ରେ ଏହା ୯.୮% ରହିଥିଲା । ଚାହିଦା ହ୍ରାସ ଘଟିବା ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ଏହାଛଡ଼ା ସ୍ଥାୟୀ ସମ୍ପତ୍ତି ନିବେଶ ଜାନୁଆରୀ-ଜୁଲାଇରେ ୫.୭%କୁ ବୃଦ୍ଧି ପାଇଥିବା ବେଳେ ଗତବର୍ଷ ଜାନୁଆରୀ-ଜୁଲାଇରେ ଏହା ୫.୮% ରହିଥିଲା । ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ ୬.୨%କୁ ହ୍ରାସ ପାଇଛି । ୩ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons