ଚୁଆ ପାଣିରେ ମେଣ୍ଟୁଛି ଶୋଷ

Get real time updates directly on you device, subscribe now.

ବନ୍ଧୁଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ତାତି ବଢିବା ସାଙ୍ଗକୁ ବଢିଚାଲିଛି ଜଳକଷ୍ଟ । ଗାଁରେ ନଳକୂଅଟିଏ ଥିଲେ ହେଁ ବାହାରୁଛି ଗୋଳିଆ ପାଣି । ଯାହା ବ୍ୟବହାର ଉପଯୋଗୀ ହେଉନି । ବିକଳ୍ପ ନଥିବାରୁ ଚୁଆର ଦୂଷିତ ପାଣିରେ ମେଣ୍ଟୁଛି ଲୋକଙ୍କ ଶୋଷ । କେବଳ ପାଣି ସମସ୍ୟା ନୁହେଁ, ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ନିଲାବାଡିÿ ପଞ୍ଚାୟତ ସାବଡାମ ଗ୍ରାମବାସୀ ।
ଗ୍ରାମବାସୀଙ୍କ କହିବାନୁଯାୟୀ, ୬ ବର୍ଷ ତଳେ ସେମାନେ ଜାଗୁଡା ପଞ୍ଚାୟତ ପାର୍ଥୀଙ୍ଗ ଗାଁରେ ରହି ଆସୁଥିଲେ । କାମଧନ୍ଦା ଅଭାବ ଏବଂ ପରିବାର ଚଳାଇବା କଷ୍ଟକର ହେବାରୁ ଭିଟାମାଟି ଛାଡିÿବାକୁ ବାଧ୍ୟ ହୋଇଥିଲେ । ସେମାନେ ଥିଲେ ୧୨ ପରିବାର । ସରକାରଙ୍କ କୌଣସି ଯୋଜନାରେ ସେମାନଙ୍କୁ ସାମିଲ କରାଯାଇନଥିଲା । ଏଥିଯୋଗୁ ସାବଡାମ ଗାଁକୁ ଆସି ବସତି ସ୍ଥାପନ କରିଥିଲେ । ଝାଟିମାଟିର କୁଡିଆ କରି ମୁଣ୍ଡ ଗୁଞ୍ଜି ଆସୁଛନ୍ତି । ଡଙ୍ଗର ଜମିରେ ଚାଷ କରି ପରିବାର ଚଳାଉଛନ୍ତି ।
ସାବଡାଙ୍ଗ ଗାଁରେ ଥିବା ନଳକୂଅରୁ ଗୋଳିଆ ପାଣି ବାହାରୁଛି । ତାହା ପିଇବା ଉପଯୋଗୀ ହେଉନି । ବାଧ୍ୟହୋଇ ଗାଁ ନିକଟ ଜମିରେ ଥିବା ଚୁଆର ଦୂଷିତ ପାଣି ସଂଗ୍ରହ କରୁଛନ୍ତି । ଗାଁରେ ଆଉ ଏକ ନଳକୂଅ ଖନନ କରିବା ଲାଗି ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ ପାଖରେ ବହୁବାର ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିବା ଦୁଃଖର ସହିତ କହିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ମିସ୍କା ହାରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ କରିବା ଲାଗି ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons