କଟକ,(ବି.ବି.ବୁ୍ୟରୋ): କୁନ୍ଦୁଲି ବଳାକ୍ରାର ଓ ଆତ୍ମହତ୍ୟା ଘଟଣାର ସବିଶେଷ ତଦନ୍ତ ଲାଗି ହାଇକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଗଠନ ହୋଇଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ମାତ୍ର ୨୫ଦିନରେ ନିଜର ତଦନ୍ତ ଶେଷ କରିଛନ୍ତି । ଆଜି ଏସ୍ଆଇଟି ପକ୍ଷରୁ ଚୂଡାନ୍ତ ତଦନ୍ତ ରିପୋର୍ଟକୁ ଅଦାଲତରେ ମୁଦା ଲଫାପାରେ ଦାଖଲ କରାଯାଇଛି । ଏସ୍ଆଇଟିର ତିନି ସଦସ୍ୟ କୋରାପୁଟ ରେଞ୍ଜ ପୁଲିସ ଡିଆଇଜି ସେଫିନ୍ ଅହମ୍ମଦ କେ, ବ୍ରହ୍ମପୁର ରେଞ୍ଜ୍ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ସମ୍ବଲପୁର ରେଞ୍ଜ୍ ଡିଆଇଜି ହିମାଂଶୁ ଲାଲ ଆଜି ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଏହି ରିପୋର୍ଟ ଦାଖଲ କରିଛନ୍ତି । ରିପୋର୍ଟ ଦାଖଲ ପରେ ହାଇକୋର୍ଟ ମାମଲାର ଅନ୍ତ ଘଟାଇଛନ୍ତି ।
ଅନ୍ୟପକ୍ଷରେ ମାମଲାର ବିଚାର କରୁଥିବା ନିମ୍ନ ଅଦାଲତ ବା ଟ୍ରାଏଲ୍ କୋର୍ଟରେ ଏସ୍ଆଇଟି ଏହି ତଦନ୍ତ ରିପୋର୍ଟ ଦାଖଲ କରିବ ବୋଲି ହାଇକୋର୍ଟ ଆଜି ନିଦେ୍ର୍ଧଶ ଦେଇଛନ୍ତି । କେବଳ ସେତିକି ନୁହେଁ, ମାମଲାର ଆବେଦନକାରିଣୀ ତଥା ମୃତ ପୀଡ଼ିତାଙ୍କ ମା’ ଡମାଇ ଛାଟି ଚାହିଁଲେ ନିମ୍ନ ଅଦାଲତରେ ତଦନ୍ତ ନେଇ ନିଜର ପକ୍ଷ ରଖିପାରିବେ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ସେହିପରି କ୍ଷତିପୂରଣ ପାଇବା ନେଇ ମଧ୍ୟ ଆବେଦନକାରିଣୀ ନିମ୍ନ ଅଦାଲତରେ ପକ୍ଷ ରଖିପାରିବେ ବୋଲି ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
ଏସ୍ଆଇଟି ତଦନ୍ତ ଲାଗି ହାଇକୋର୍ଟ ଗତ ନଭେମ୍ବର ୧୮ ତାରିଖରେ ନିଦେ୍ର୍ଧଶ ଦେଇଥିଲେ । ହାଇକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ରାଜ୍ୟ ସରକାର ଏହାର ୧୦ଦିନ ପରେ ଅର୍ଥାତ ୨୮ ତାରିଖରେ ତିନି ରେଞ୍ଜ୍ ପୁଲିସ ଡିଆଇଜିଙ୍କୁ ନେଇ ଏସ୍ଆଇଟି ଗଠନ କରିଥିଲେ । ରାଜ୍ୟ ସରକାରଙ୍କ ଟିମ୍ ଗଠନ ପରଠାରୁ ଏସ୍ଆଇଟି ତଦନ୍ତ ଲାଗି ପ୍ରାୟ ୨୫ଦିନ ସମୟ ନେଇଛି । ଏତେ କମ୍ ଦିନରେ ତଦନ୍ତ ଶେଷ କରିଥିବାରୁ ହାଇକୋର୍ଟ ଏସ୍ଆଇଟି ପଦକ୍ଷେପକୁ ଆଜି ପ୍ରଶଂସା କରିଛନ୍ତି । ପୂର୍ବତନ ସାଂସଦ ମହାମେଘବାହାନ ଐର ଖାରବେଳ ସ୍ୱାଇଁ ଏବଂ କୁନ୍ଦୁଲି ପୀଡ଼ିତାଙ୍କ ମା’ ଡମାଇ ଛାଟିଙ୍କ ପକ୍ଷରୁ ଆଗତ ମାମଲା ଦୁଇଟିର ମିଳିତ ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ଏବଂ ବିଚାରପତି ଜଷ୍ଟିସ୍ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ବିଚାର ଶେଷ କରିଛନ୍ତି ।
କୋରାପୁଟ ଜିଲ୍ଲା ପ;ାଙ୍ଗୀ ଥାନା କୁନ୍ଦୁଲି ଗ୍ରାମପଞ୍ଚାୟତର ସୋରିଷପଦର ଜଙ୍ଗଲରେ ଜଣେ ନାବାଳିକାଙ୍କୁ ୨୦୧୭ ଅକ୍ଟୋବର ୧୦ ତାରିଖରେ ଗଣବଳାକ୍ରାର କରାଯାଇଥିବା ଅଭିଯୋଗ ହୋଇଥିଲା । ଯବାନଙ୍କ ୟୁନିଫର୍ମରେ କେହି ଏପରି କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ । ନବମରେ ପଢୁଥିବା ୧୪ବର୍ଷର ଏହି ନାବାଳିକା ଜଣକ ନ୍ୟାୟ ନପାଇ ୨୦୧୮ ଜାନୁଆରୀ ୨୨ ତାରିଖରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ପୂରା ରାଜ୍ୟ ଉଠିଥିଲା ପଡିଥିଲା । ରାଜ୍ୟ ସରକାର ଏହି ଘଟଣାରେ ଗୋଟିଏପଟେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିଲା ବେଳେ ଅନ୍ୟପଟେ ବିଚାର ବିଭାଗୀୟ ତଦନ୍ତ କମିସନ ବସାଇଥିଲେ । ପରେ ଏ ନେଇ ହାଇକୋର୍ଟରେ ପ୍ରାୟ ୭ଟି ମାମଲା ରୁଜୁ ହୋଇଥିଲା । ଏଥିମଧ୍ୟରୁ ୪ଟି ମାମଲା ପ୍ରତ୍ୟାହୃତ ହୋଇଯାଇଥିଲାବେଳେ ଗୋଟିଏ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ଆଉ ଦୁଇଟି ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିଲା । ଆଜି ଏହି ଦୁଇଟି ମାମଲାରେ ହାଇକୋର୍ଟ ଉପରୋକ୍ତ ନିଦେ୍ର୍ଧଶ ଦେବାସହ ଏହାର ଅନ୍ତ ଘଟାଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡଭୋକେଟ୍ ଜେନେରାଲ ତଥା ବରିÂ ଆଇନଜୀବୀ ଅଶୋକ ପରିଜା ଏବଂ ଅତିରିକ୍ତ ସରକାରୀ ଆଇନଜୀବୀ ଜନ୍ମେଜୟ କଟିକିଆ ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.