ଚେତିଲେ ଇମ୍ରାନ ଖାନ:ଭାରତରୁ ଔଷଧ ନେବ ପାକିସ୍ତାନ

Get real time updates directly on you device, subscribe now.

ନୂଆଦିଲ୍ଲୀ:ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ଦେଉଥିବା ଧାରା ୩୭୦କୁ ନରେନ୍ଦ୍ର ମୋଦି ସରକାର ହଟାଇ ଦେବା ପରେ ହଡ଼ବଡ଼ ହୋଇଯାଇଥିଲା ପାକିସ୍ତାନ । ଭାରତ ସହ ସମସ୍ତ ବାଣିଜି୍ୟକ ସମ୍ପର୍କ ତୁଟାଇଥିଲା । କିନ୍ତୁ ଏ ନିଷ୍ପତ୍ତି ପାକ୍ ଉପରେ ମହଙ୍ଗା ସାବ୍ୟସ୍ତ ହୋଇଛି । ବାଣିଜ୍ୟ ବନ୍ଦ ହେବାର ମାସେ ହୋଇନାହିଁ, ଏହାର ଝଟ୍କା ଅନୁଭବ କରିଛି ପାକ୍ । ଦେଶରେ ଏବେ ଜୀବନ ରକ୍ଷାକାରୀ ଔଷଧ ଅଭାବ । ଏହାକୁ ଦୂର କରିବାକୁ ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଇଁଛନ୍ତି ଇମ୍ରାନ । ଜୀବନ ରକ୍ଷାକାରୀ ଔଷଧ ଅଭାବରୁ ପାକିସ୍ତାନ ମଙ୍ଗଳବାର ଭାରତ ସହ ଆଂଶିକ କାରବାର କରିବା ପାଇଁ ନିଷ୍ପତ୍ତି ନେଇଛି । ଭାରତରୁ ଔଷଧ ଆମଦାନିକୁ ପାକ୍ ବାଣିଜ୍ୟ ମନ୍ତ୍ରାଳୟ ମଙ୍ଗଳବାର ମଞ୍ଜୁରି ଦେଇଛି । ଏ ନେଇ ନିଦେ୍ର୍ଧଶ ଜାରି ହୋଇଥିବା ଜିଓ ନୁ୍ୟଜ୍ ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ପାକିସ୍ତାନ ଭାରତକୁ ସତେଜ ଫଳ, ସିମେଣ୍ଟ, ଖଣିଜ ପଦାର୍ଥ, ଚମଡ଼ା, କଞ୍ଚା କପା, ମସଲା, ଚିକିତ୍ସା ଉପକରଣ, ସାମୁଦ୍ରିକ ଉପôାଦ, ପ୍ଲାଷ୍ଟିକ, କେଶରଙ୍ଗ ଏବଂ କ୍ରୀଡା ଉପକରଣ ରପ୍ତାନି କରିଥାଏ । ଅନ୍ୟପକ୍ଷରେ ଏହା ଭାରତରୁ ଜୈବିକ ରାସାୟନିକ ସାମଗ୍ରୀ, କପା, ପ୍ଲାଷ୍ଟିକ ଉପôାଦ, ଖାଦ୍ୟଶସ୍ୟ, ଚିନି, କଫି, ଚା’, ଲୁହା ଏବଂ ଇସ୍ପାତ ଉପôାଦ , ଔଷଧ ଓ ତମ୍ବା ଆଦି ଆମଦାନି କରୁଛି ।
ପାକିସ୍ତାନ ଭାରତରୁ ବୃହତ୍ ମାତ୍ରାରେ ଔଷଧ ଆମଦାନି କରିଥାଏ । ଜୀବନରକ୍ଷକ ଔଷଧଠାରୁ ଆରମ୍ଭ କରି ସାପ-କୁକୁର କାମୁଡା ଔଷଧ ଏସବୁରେ ଏହା ଭାରତ ଉପରେ ବଡ଼ ଆକାରରେ ନିର୍ଭରଶୀଳ । ଧାରା ୩୭୦ ଉଚ୍ଛେଦ ହେବା ପରେ ହଡ଼ବଡ଼ିଆ ହୋଇ ଏହା ଭାରତ ସହ ବାଣିଜି୍ୟକ ସମ୍ପର୍କକୁ ଛିନ୍ନ କରିଥିଲା । ପାକିସ୍ତାନରେ ଭାରତୀୟ ସାମଗ୍ରୀକୁ ବର୍ଜନ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଟ୍ରେନ ଏବଂ ବସ୍ ଚଳାଚଳ ବନ୍ଦ କରାଯାଇଥିଲା । ଏପରିକି ଭାରତୀୟ ଚଳଚ୍ଚିତ୍ର ଉପରେ ମଧ୍ୟ କଟକଣା ଲଗାଯାଇଥିଲା । ବାଣିଜ୍ୟ କାରବାର କ୍ଷେତ୍ରରେ ଭାରତକୁ ଝଟ୍କା ଦେବା ପାଇଁ ଏହାର ପ୍ରୟାସ ବିପରୀତ ସାବ୍ୟସ୍ତ ହେଲା । ଭାରତ ଏଥିରେ ଆଦୌ ପ୍ରଭାବିତ ହେଲା ନାହିଁ । କିନ୍ତୁ ପରିଣାମ ପାକ୍କୁ ମହଙ୍ଗା ପଡିଲା । ବାଣିଜ୍ୟ ବନ୍ଦ କରିବାର ଦିନ କେଇଟା ନ ହେଉଣୁ ମୋଡିମାଡି ହୋଇ ଭାରତଠାରୁ ପୁଣି ଥରେ ଔଷଧ କିଣିବାକୁ ଏହା ବାଧ୍ୟ ହୋଇଛି ।
ପାକିସ୍ତାନର ଔଷଧ ଶିଳ୍ପ ଏବେ ସଙ୍କଟ ମଧ୍ୟରେ । ଦେଶରେ ଔଷଧ ଅଭାବଜନିତ ପରିସ୍ଥିତି । ଭାରତ ସହ ପାକ୍ ବାଣିଜ୍ୟ ରଦ୍ଧ କରିବା ପରେ ଏହାର ଆମଦାନିକାରୀମାନେ ଭାରତରୁ ଔଷଧ ଆମଦାନି କରିବା ବନ୍ଦ କରିଦେଲେ । ଏହାର ମାତ୍ର କେଇଟା ଦିନରେ ପାକିସ୍ତାନ ହସ୍ପିଟାଲଗୁଡିକରେ ଜୀବନ ରକ୍ଷାକାରୀ ଔଷଧର ଅଭାବ । ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି ।
ରିପୋର୍ଟ ଅନୁସାରେ, ଜୁଲାଇ ପର୍ଯ୍ୟନ୍ତ ପାକିସ୍ତାନ ଭାରତୀୟ କମ୍ପାନିଗୁଡିକଠାରୁ ୧୩୬ କୋଟି ଡଲାର ମୂଲ୍ୟର ଔଷଧ ବରାଦ କରିଥିଲା । ୨୦୧୭-୧୮ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୪୦ କୋଟି ଡଲାରର ବ୍ୟାପାର ହୋଇଥିଲା । ସମଗ୍ର ବିଶ୍ୱ ସହ ଭାରତର ବ୍ୟାପାରର ଏହା ମାତ୍ର ୦.୩୧ଧ । ଦ୍ୱିପାକ୍ଷିକ ବ୍ୟାପାର ମଧ୍ୟରୁ ୮୦ଧ ଭାରତରୁ ପାକିସ୍ତାନକୁ ରପ୍ତାନି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons