ଚେରମୂଳି ଔଷଧ ଖାଇ ଯୁବକଙ୍କ ମୃତୁ୍ୟ!

Get real time updates directly on you device, subscribe now.

ପଟ୍ଟାଙ୍ଗି: ଦେଶୀ ଚେରିମୂଳି ଔଷଧ ଖାଇ ପଟ୍ଟାଙ୍ଗି ଥାନା ବଦଳିଆଗୁଡ଼ା ଗାଁର ଜଣେ ଯୁବକଙ୍କ ଆଜି ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ମୃତକଜଣଙ୍କ ହେଲେ ତୋଟାପାଡ଼ିଆ ଗୋପାଳ(୩୭) । ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି ।
ସୂଚନାଯୋଗ୍ୟ, ଗୋପାଳ ପ୍ରାୟ ୨ବର୍ଷ ହେଲା ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବିଭିନ୍ନ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କର ପେଟବ୍ୟଥା କମି ନଥିଲା । ତେଣୁ ଏକ ଦେଶୀ ବୈଦ୍ୟ ନିକଟରୁ କିଛି ଚେରିମୂଳି ଔଷଧ ଆଣି ଗୁରୁବାର ରାତି ଖାଲିପେଟରେ ଖାଇଥିଲେ । ଏହାପରେ ତାଙ୍କୁ ଭୀଷଣ ବ୍ୟଥା ହୋଇଥିଲା । ପରେ ଗୋପାଳ ଅଚେତ ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ପଟ୍ଟାଙ୍ଗି ଗୋÂୀ ଚିକିତ୍ସାଳୟକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଗୋପାଳଙ୍କ ମୃତୁ୍ୟ ଘଟିଥିଲା ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons