ବାଲେଶ୍ୱର : ନିଶା ବିକଳରେ ଛୋଟ ଶିଶୁର ବେକରୁ ଲକେଟ୍ ଚୋରି କଲା ଯୁବକ । ଫଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିସ୍ତୁକ ଭାବେ ମାଡ଼ ଖାଇ ନଡ଼ିଆ ଗଛରେ ବାନ୍ଧି ଦେଲେ ଗାଁ ଲୋକେ । ଏଭଳି ପୋଲିସ କୁ ବି ଦୀର୍ଘ ସମୟ ଧରି ଅଟକ ରଖିଲେ । ଏଭଳି ଘଟଣା ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଛାନୁଆଁ ଗାଁ ରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ହଳଦୀପଦା ଅଞ୍ଚଳ ରୁ ଏକ ବ୍ରାଉନ ସୁଗାର୍ ନିଶାଗ୍ରସ୍ତ ନିଶା ଖାଇବା ପାଇଁ ଛନୁଆଁର ଏକ ନିଶା ବେପାର ପାଖକୁ ଆସିଥିବା ବେଳେ ଏକ ଛୋଟ ଶିଶୁର ବେକରୁ ସୁନା ଲକେଟ୍ ଚିଣ୍ଡାଇ ନେଇ ଥିଲା । ଏଭଳି ଘଟଣା ଘଟିବା ର ସ୍ଥାନୀୟ କିଛି ଲୋକ ଦେଖିବା ପରେ ବେଶ୍ ଉତ୍ତମ ମାଧ୍ୟମ କରିଥିଲେ ଯୁବକଙ୍କୁ । ଶେଷରେ ଯୁବକ ଜଣକଙ୍କୁ ସ୍ଥାନୀୟ ଲୋକେ ଏକ ନଡ଼ିଆ ଗଛରେ ବାନ୍ଧିଥିବା ଅବସ୍ଥାରେ ପୋଲିସ ଉଧାର କରିବା ବେଳେ କିଛି ସମୟ ଲୋକ ଙ୍କ ରୋଷର ଶିକାର ହେବାକୁ ପଡିଥିଲା । ଗାଁରେ ବ୍ରାଉନ ସୁଗାର୍ କାରବାର ନେଇ ପୋଲିସ ଜାଣିବା ସତ୍ତ୍ଵେ କାର୍ୟ୍ୟାନୁଷ୍ଠାନ ନ ନେବା କୁ କେନ୍ଦ୍ର କରି ଲୋକେ ତାତି ଥିଲେ।
Comments are closed, but trackbacks and pingbacks are open.