
ସୋର : ବାଇକ୍ ଚୋରକୁ ନିସ୍ତୁକ ମାଡ । ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ବଜାରରେ ବୁଧବାର ରାତିରେ ଜଣେ ଯୁବକ ବାଇକ୍ ଚୋରୀ କରୁଥିବା ବେଳେ ଧରପଡିଥିଲା । ଚୋରକୁ ଲୋକେ ଧରି ନିସ୍ତୁକ ମାଡ ମାରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଚାନ୍ଦିପୁର ଆଡିଆ ଗ୍ରାମର ରିପୁନ ଜେନା ଶ୍ରୀଜଙ୍ଗ ବଜାରରୁ ପରେଶ ଦାସଙ୍କ ବାଇକ୍ ଚୋରି କରି ଛେଚା ଖାଇଛି । ଅଭିଯୁକ୍ତଠାରୁ ଏକ ମରଣାସ୍ତ୍ର ଜବତ ହୋଇଛି । ଖନ୍ତାପଡା ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।


Comments are closed, but trackbacks and pingbacks are open.