ନୀଳଗିରି: ନୀଳଗିରି ପୁଲିସ ପରେ ଏବେ ବରମପୁର ପୁଲିସ ଆକ୍ସନ ମୋଡ଼କୁ ଆସିଛି। ଆଜି ଏକ ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ମାଲିକଙ୍କୁ ନୋଟିସ ଜାରି କରିଥିବା ଜଣାପଡ଼ିଛି। ନୀଳଗିରି ତହସିଲ ଅଧିନ ସୋନ ନଦୀ ସହ ଅନ୍ୟ ଛୋଟବଡ଼ ନଦୀରେ ବାଲି ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ବରମପୁର ଥାନା ଅଧିନ ଶାଳଡହର ଅଂଚଳ ରେ ଥିବା ଟାଙ୍ଗଣା ନଦୀରେ ଏବେ ବାଲି ଚୋରି ବୃଦ୍ଧି ହୋଇଛି।
ସ୍ଥାନୀୟ ଆରଆଇଙ୍କ କାର୍ୟ୍ୟ ଦକ୍ଷତା ଉପରେ ଅଞ୍ଚଳବାସୀ ଆଙ୍ଗୁଳି ମଧ୍ୟ ଉଠାଇଛନ୍ତି। ରାଜସ୍ଵ ବିଭାଗ ଚୁପ ବସିଥିବା ବେଳେ ସ୍ଥାନୀୟ କିଛି ଗ୍ରାମବାସୀଙ୍କୁ ଭୋଳାଇ ବାଲି ଉତ୍ତୋଳନ କରୁଛନ୍ତି ମାଫିଆ ମାନେ। କିଛି ଗ୍ରାମବାସୀମାନେ ବାଲିକୁ ନଦୀରୁ ଉଠାଇ ତୁଠ ଓ ଗାଁରେ ଗଚ୍ଛିତ କରୁଥିବା ବେଳେ ଆଖପାଖ ଅଂଚଳର କିଛି ମାଫିଆ ମାନେ ଏହାକୁ ଟ୍ରାକ୍ଟର ଓ ଅନ୍ୟ ଗାଡ଼ିରେ ବାହାରକୁ ଚାଲାଣ କରୁଛନ୍ତି।
ଆଜି ବରମପୁର ଥାନାଧିକାରୀ ରବିନାରାୟଣ ଭୂୟାଁ ଦିନ ୧୨ ଟା ସମୟରେ ଅନ୍ୟ କର୍ମଚାରୀଙ୍କୁ ନେଇ ଅତର୍କିତ ଚଢ଼ାଉ କରିଥିଲେ। ବାଳୁଙ୍ଗା ଗଡ଼ିଆ ଅଂଚଳରୁ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ଗାଡିଟିକୁ ଜବତ କରିଛନ୍ତି। ଏନେଇ ୭୪ ନମ୍ବର ମାମଲା ରୁଜୁ କରିବା ସହ ଗାଡି ମାଲିକ ବଳରାମ ଦାସ ଓ ଡ୍ରାଇଭର ତୁଫାନି ସିଂଙ୍କୁ ନୋଟିସ ଜାରି କରିଥିବା ବରମପୁର ଥାନାଧିକାରୀ ଶ୍ରୀ ଭୂୟାଁ ସୂଚନା ଦେଇଛନ୍ତି। ତେବେ ପୋଲିସର ଏଭଳି ଏକ୍ସନ ମୋଡ଼ ଦେଖି କଳା ବେପାରୀଙ୍କ ମହଲରେ ଛନକା ପଶିଥିବା ଜଣାଯାଇଛି।
Comments are closed, but trackbacks and pingbacks are open.