ଚୋରା ମଦ ଜବତ :୩ ମହିଳାଙ୍କ ସହ ୭ ଗିରଫ

Get real time updates directly on you device, subscribe now.

କୋରାପୁଟ:କୋରାପୁଟ ସଦର ଥାନା ଡେ଼ଙ୍ଗାଜାନୀଗୁଡ଼ାରୁ ଶୁକ୍ରବାର ଚୋରା ମଦ ଜବତ ହୋଇଛି । ସଦର ଥାନା ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୭ ଜଣଙ୍କଠାରୁ ୩୨୫ ଲିଟର ମଦ ଜବତ କରାଯାଇଛି । ଏହି ମାମଲାରେ ଅଭିଯୁକ୍ତ ୭ ଜଣଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କ ମଧ୍ୟରେ ମାଣ୍ଡିଆ ବିଶୋୟୀ, ଭଗବାନ ବିଶୋୟୀ, ଅଭିମନୁ୍ୟ ମିଶୋୟୀ, ରଜେନ୍ଦ୍ର ବିଶୋୟୀ ଓ ତିନି ଜଣ ମହିଳା ଅଛନ୍ତି । ଚଢ଼ଉ ବେଳେ ପୁଲିସ ସହ ଧସ୍ତାଧସ୍ତି ଲାଗିବାରୁ ଜଣେ ଆହତ ହୋଇଛି । ତାକୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏସଡ଼ିପିଓ ଗୁଣନିଧି ମଲ୍ଲିକ କହିଛନ୍ତି, ଡେଙ୍ଗାଜାନୀଗୁଡ଼ାରେ ଚୋରା ଦେଶୀ ମଦ କାରବାର ନେଇ ସୂଚନା ମିଳିଥିଲା । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଆହତ ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବାବେଳେ ତଳେ ପଡି ଯାଇଥିଲା ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons