
ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୋଲିସ ଗୁରୁବାର ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗରେ ଭିନ୍ନ ଭିନ୍ନ କେସରେ ୩ ଜଣଙ୍କୁ ଗିରଫ କରିଛି କ୍ଷ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିବା ସହ ୧୦ ଲିଟର ମହୁଲି ମଦ ଜବତ କରି ମଦ ନେବାରେ ବ୍ୟବହୃତ ହୋଇଥିବା ଏକ ସ୍କୁଟି ମୋପେଡ ଗାଡିକୁ ଜବତ କରିଛି।
ଗିରଫ ଅଭିଯୁକ୍ତ ହେଲେ ବାରିଆ ଥାନା ବର୍ଦ୍ଧନା ଗ୍ରାମର ସୁରେନ୍ଦ୍ର ମାଝୀ(୨୫), ପଞ୍ଚାନନ ମାଝୀ (୩୧) ଓ ତୁରୁମୁଙ୍ଗା ଥାନା ଅଙ୍ଗିକଳା ଗ୍ରାମର ମନୋଜ କୁମାର ପାତ୍ର(୨୭) କ୍ଷ
ସୂଚନା ଅନୁସାରେ ବାରିଆ ଥାନା ବର୍ଦ୍ଧନା ଗ୍ରାମର ପଞ୍ଚାନନ ମାଝୀ ଓ ସୁରେନ୍ଦ୍ର ମାଝୀ ସ୍କୁଟି ସାହାଯ୍ୟରେ ଅଙ୍ଗିକଳାକୁ ମଦ ନେଇ ଯାଉଥିବା ବେଳେ ଅଙ୍ଗିକଳା ନିକଟରୁ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେହିପରି ତୁରୁମୁଙ୍ଗା ଥାନା ଅଙ୍ଗିକଳା ଗ୍ରାମର ମନୋଜ କୁମାର ପାତ୍ରଙ୍କ ଘର ନିକଟରୁ ପୋଲିସ ମହୁଲି ଜବତ କରିବା ସହ ଅଙ୍ଗିକଳା ଗ୍ରାମର ମନୋଜ କୁମାର ପାତ୍ରକୁ ପୋଲିସ ଗିରଫ କରିଛି। ଏନେଇ ତୁରୁମୁଙ୍ଗା ଥାନା ୫୨/୫୩ ରେ ଦୁଇଟି ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବୈଦ୍ୟନାଥ ସାହୁ ସୂଚନା ଦେଇଛନ୍ତି।


Comments are closed, but trackbacks and pingbacks are open.