ଚୋରା ମଦ ବେପାରୀଙ୍କୁ ହଲ୍ଲାପଟା କଲେ ମହିଳା

Get real time updates directly on you device, subscribe now.

ଟାଙ୍ଗୀ: ଗାଁରେ ମହିଳା ଗୋଷ୍ଠିର ପୋଲିସ୍ ଗିରି। ଗାଁରେ ଚୋରା ମଦ କାରବାର ବିରୋଧରେ ମେଳି ବାନ୍ଧିଛନ୍ତି ମହିଳାମାନେ। ଯିଏ ବି ଚୋରାରେ ମଦ ବିକ୍ରି କରୁଛନ୍ତି, ସେମାନଙ୍କ ଘର ଉପରେ ମହିଳାମାନେ ଅତର୍କିତ ଭାବେ ଚଢ଼ାଉ କରୁଛନ୍ତି। ଖାଲି ସେତିକି ନୁହେଁ, ଯିଏ ଏହି କାର୍ୟ୍ୟରେ ସଂପୃକ୍ତ ଅଛନ୍ତି, ସେମାନଙ୍କୁ ଥାନାରେ ଜିମା ଦେଉଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟରେ ଥିବା ଚନ୍ଦ୍ରାପୁଟ ଗ୍ରାମର ମହିଳା ଗୋଷ୍ଠୀ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି।
ଅଠରବାଟିଆ ପଂଚାୟତ, ବଡ଼କୁଳ ପଞ୍ଚାୟତରରେ ଚୋରା ମଦ କାରବାର କରୁଥିବା ମଦ ମାଫିଆଙ୍କୁ ଧରିବାରେ ସଫଳ ହୋଇଛନ୍ତି ଏହି ମହିଳା ଗୋଷ୍ଠୀ। ଏଥିପାଇଁ ଆଗକୁ ଯେମିତି ଏହି ଅଞ୍ଚଳ ନିଶାମୁକ୍ତ ହେବ ମହିଳାମାନେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ବାଲୁଙ୍ଗା ଥାନା ଅଞ୍ଚଳରେ ପେଟି-ପେଟି ମଦ ଜବତ କରାଯାଇଛି। ଯେଉଁ କାର୍ୟ୍ୟକୁ ପୋଲିସ୍ କରିବା କଥା, ବର୍ତ୍ତମାନ ସେହି କାର୍ୟ୍ୟକୁ ମହିଳାମାନେ କରୁଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons