ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

Get real time updates directly on you device, subscribe now.

ନୟାଗଡ଼ : ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼। ନୟାଗଡ଼ ଫତେଗଡ଼ ଥାନା ବାଇଗୁଣିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗାଁର ପଠାଣି ନନ୍ଦଙ୍କ ଘରେ କେହି ନଥିବା ସୁଯୋଗ ନେଇ ୪ଜଣ ଯୁବକ ଘରେ ପଶି ଲୁଟ୍‌ ଉଦ୍ୟମ କରୁଥିଲେ। ଏତିକି ବେଳେ ଗାଁ ଲୋକେ ଅଭିଯୁକ୍ତମାନଙ୍କୁ ଘେରିଯାଇଥିଲେ।
୩ ଜଣ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଗ୍ରାମବାସୀ ଜଣେ ଯୁବକଙ୍କୁ କାବୁ କରିନେଇଥିଲେ। ଅଭିଯୁକ୍ତ ଯୁବକକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ଫତେଗଡ଼ ପୁଲିସ ଗାଁ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି। ଚୋରିରେ ବ୍ୟବହୃତ ଗୋଟିଏ ବାଇକ୍‌ ଜବତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons