
ଭୁବନେଶ୍ବର: ବିଭିନ୍ନ ନାମୀଦାମୀ ଜିନିଷ ଚୋରି ଅଭିଯୋଗରେ ଭୁବନେଶ୍ବର କମିଶନରେଟ୍ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ୬ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଭୁବନେଶ୍ବର ଚନ୍ଦକା ଥାନାର ଏକ ଟିମ୍ କୋଣାର୍କ ଆସି କୋଣାର୍କ ସ୍ଥିତ ଡାଳିମ୍ବ ଗୋରୋଡ଼ି ଗାଁରୁ ଜଣେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ସହ ସେ ବ୍ୟବହାର କରୁଥିବା ଏକ ବାଇକ୍ ମଧ୍ୟ ଜବତ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଭୁବନେଶ୍ବରରୁ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ କୋଣାର୍କରୁ ଗିରଫ ହୋଇଥିବା ଅଭିଯୁକ୍ତର ନାଁ ଚନ୍ଦନ ଜେନା । ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଭୁବନେଶ୍ବର, କଟକ, ପୁରୀ, ନିମାପଡା, ପିପିଲି, ଗୋପ ଓ କୋଣାର୍କ ଆଦି ଅଞ୍ଚଳରୁ ମୋବାଇଲ, ସୁନା ଗହଣା ଓ ଅନ୍ୟ ନାମୀଦାମୀ ଜିନିଷ ଚୋରି ଅଭିଯୋଗରେ ଜଡ଼ିତ ଥିଲେ ।


Comments are closed, but trackbacks and pingbacks are open.