ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ଯାତ୍ରୀଙ୍କ ଗୁଳିଭର୍ତ୍ତି ବନ୍ଧୁକ ଚୋରି ଅଭିଯୋଗରେ ରେଳବାଇ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଜଗତସିଂହପୁର କନ୍ତରା ସିଧାଲର ବିଜୟ ମଲ୍ଲିକ(୩୧) ଓ ଜଗତସିଂହପୁର ତଳିଆର ଜିତେନ୍ଦ୍ର ମଲ୍ଲିକ(୩୦) । ସେମାନଙ୍କ ଠାରୁ ଚୋରି ବନ୍ଧୁକ ସହ ୧୫ ରାଉଣ୍ଡ ଗୁଳି, ଦୁଇଟି ମାଗାଜିନ, ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ନାଲି ହାସନପୁରର ମନୋଜ କୁମାର(୪୫) ଜୁଲାଇ ୨୮ ସନ୍ଧ୍ୟାରେ ଭୁବନେଶ୍ୱର ରେଳଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିଲାବେଳେ ତାଙ୍କ ବ୍ୟାଗ୍ ଲୁଟ୍ ହୋଇଥିଲା । ସେଥିରେ ୨୦ ରାଉଣ୍ଡ ଗୁଳି ଭର୍ତ୍ତି ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ, ୧ ହଜାର ଟଙ୍କା, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ଜରୁରି କାଗଜପତ୍ର ଥିଲା । ସେ ଏନେଇ ରେଳବାଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଚୋରି ମୋବାଇଲ ଫୋନ୍କୁ ପୁଲିସ ଟ୍ରାକିଂ କରି ଗତକାଲି ରାତିରେ ଜଗତସିଂହପୁରରେ ଚଢ଼ଉ କରି ବିଜୟ ଓ ଜିତେନ୍ଦ୍ରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫ ରାଉଣ୍ଡ ଗୁଳି, ବନ୍ଧୁକ, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ଆଜି ପୁଲିସ ବିଜୟ ଓ ଜିତେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.