ଭଦ୍ରକ,(ବି.ବି.ନୁ୍ୟଜ୍): ହଜିଗଲା ମାନବିକତା । ସଡ଼କ ଦୁର୍ଘଟଣାରେ ଗୁରୁତର ଅବସ୍ଥାରେ ରାସ୍ତାରେ ଛଟପଟ ହେଉଥିଲେ ଯୁବକ । ତାଙ୍କ ଛାତିଥରା ଦୃଶ୍ୟକୁ ଲୋକେ ମୋବାଇଲରେ ଉତ୍ତୋଳନ କଲେ । ହେଲେ ତାଙ୍କୁ କେହି ଡାକ୍ତରଖାନା ନେଲେନି । ସେହି ବାଟ ଦେଇ ଅନେକ ଲୋକ ଯାଉଥିଲେ । କିନ୍ତୁ କେହି ଅଟକିଲେ ନାହିଁ । କି ତ୍ୱରିତ ପଦକ୍ଷେପ ନେଲେ ନାହିଁ । ଯିଏ ଅଟକିଲେ ସେମାନେ ମୋବାଇଲରେ ଭିଡିଓ ରେକଡର଼୍ିଂ କଲେ । ଦୁର୍ଘଟଣାର ପ୍ରାୟ ଅଧଘଣ୍ଟା ପରେ ପୁଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ମେଡିକାଲ ନେବା ବେଳକୁ ତାଙ୍କର ମୃତୁ୍ୟ ହୋଇସାରିଥିଲା ।
ଘଟଣା ଥିଲା ଏହିପରି । ଭଦ୍ରକ ସହର ମଧ୍ୟଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡରେ ଜଣେ ଯୁବକ ଟ୍ରକ୍ ଧକ୍କାରେ ପ୍ରାଣ ହରାଇଥିବା ବେଳେ, ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ସାଳନ୍ଦୀ ନଦୀ ବ୍ରିଜ୍ ସାହାପୁର ଛକ ନିକଟରେ ପୂର୍ବାହ୍ନ ୯ଟାରେ ଏହି ଦୁର୍ଘଟଣା ଘଟଥିଲା । ମୃତ ଯୁବକ ଜଣକ ଭଦ୍ରକ ବ୍ଲକ ଗେଲପୁର ପଞ୍ଚାୟତ ବରଡ଼ାଡିହ ଗ୍ରାମର ଦାମୋଦର ସାହୁଙ୍କ ପୁଅ ବିଜୟ ଓ ଗୁରୁତର ଜଣକ ହେଲେ ନରହରି ଜେନାଙ୍କ ପୁଅ ବିଜୟ । ବିଜୟ ନିଜ ହୋଣ୍ଡା ସାଇନ ବାଇକରେ ସାଙ୍ଗ ଦେବେନ୍ଦ୍ରଙ୍କୁ ବସାଇ ବନ୍ତ ଛକ ଆଡ଼ÿୁ ଚରମ୍ପା ଆଡ଼କୁ ଯାଉଥିଲେ । ଏହି ସମୟରେ ରାନ୍ଦିଆ ଫେକର ପ୍ଲାଣ୍ଟରୁ ପାଉଁଶ ନେଇ ଯାଉଥିବା ଏକ ଟ୍ରକ(ଓଆର ୨୨ସି ୨୯୫୫) ସେମାନଙ୍କ ବାଇକକୁ ପଛରୁ ଧକ୍କା ଦେଇଥିଲା । ଉଭୟ ରାସ୍ତାକୁ ଛିଟିିକି ପଡ଼ିଥିବା ବେଳେ, ଦେବେନ୍ଦ୍ରଙ୍କ ଉପରେ ଉକ୍ତ ଟ୍ରକ ଚଢ଼ିଯାଇଥିଲା । ସେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ । ସେହି ବାଟରେ ଯାଉଥିବା ଲୋକଙ୍କ ମଧ୍ୟରୁ କିଛି ଲୋକ ଅଟକି ଦୁର୍ଘଟଣାର ଭିଡିଓ ଉତ୍ତୋଳନ କରିଥିଲେ । କିନ୍ତୁ ଗୁରୁତର ଦେବେନ୍ଦ୍ରଙ୍କୁ ଡାକ୍ତରଖାନା ନେବା ଲାଗି ବନେ୍ଦାବସ୍ତ କରି ନଥିଲେ । ଅଧ ଘଣ୍ଟା ପରେ ପୁଲିସ ପହଞ୍ଚିଥିଲା । ହେଲେ ସେତେବେଳକୁ ଦେବେନ୍ଦ୍ର ଆଖି ବୁଜି ସାରିଥିଲେ ।
ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ କିଛି ସମୟ ପାଇଁ ଜାତୀୟ ରାଜପଥ ସମେତ ସର୍ଭିସ ରୋଡ ଅବରୋଧ କରିଥିଲେ । ସର୍ଭିସ ରୋଡରେ ଥିବା ସାଳନ୍ଦୀ ବ୍ରିଜ ଉପରେ ବନ୍ତ ଛକ ଦିଗରୁ କୌଣସି ଭାରୀଯାନ ନ ଚାଲିବାକୁ ସେମାନେ ଦାବି କରିଥିଲେ । ସହରାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଥିଲା । ମୃତ ଦେବେନ୍ଦ୍ରଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହା ବ୍ୟତୀତ ସାଳନ୍ଦୀ ବ୍ରିଜ ନିକଟରେ ପୁଲିସ ମୁତୟନ କରାଯିବା ସହ ଏହା ଉପରେ କୌଣସି ଭାରୀଯାନ ଚଳାଚଳ କରିବନି ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରେ ଗାଡ଼ି ଚଳପ୍ରଚଳ ସ୍ୱାଭାବିକ୍ ହୋଇଥିଲା ।
ସୂଚନା ଯୋଗ୍ୟ ୧୬ ନମ୍ବର ଜାତୀୟ ରାଜପଥ ୬ଲେନ ଲାଗି ଏବେ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି । ତେଣୁ ନିର୍ମାଣ କାର୍ଯ୍ୟର ଠିକା ନେଇଥିବା କମ୍ପାନି ପକ୍ଷରୁ କେତେକ ସ୍ଥାନରେ ଡାଇଭର୍ସନ କରାଯାଇଛି । ପୌରାଞ୍ଚଳ ଅଧୀନସ୍ଥ ଜଗନ୍ନାଥପୁର ସାଳନ୍ଦୀ ବ୍ରିଜଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଜାତୀୟ ରାଜପଥର ସର୍ଭିସ ରୋଡରେ ଉଭୟ ପଟୁ ଗାଡ଼ି ଚଳାଚଳ କରୁଛି । ବିଶେଷକରି ମୋଟେଲ ଛକଠାରେ ଏକ ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଶାହାପୁର ଛକ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସର୍ଭିସ ରୋଡ ଏବେ ଅସ୍ଥାୟୀ ରାଜପଥ ପାଲଟିଛି । ଏହି ସର୍ଭିସ ରୋଡ ଉପରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ନିର୍ଭରଶୀଳ । ଅଞ୍ଚଳବାସୀଙ୍କ ବ୍ୟତୀତ ଜାତୀୟ ରାଜପଥ ଦେଇ ଚଳାଚଳ କରୁଥିବା ସମସ୍ତ ଭାରୀ ଓ ଲଘୁ ଯାନ ଏହି ଲୋକାଲ ରୋଡ ଦେଇ ଚଳପ୍ରଚଳ କରୁଛି । ଫଳରେ ଏହି ସଂକୀର୍ଣ୍ଣ ସର୍ଭିସରୋଡ ବିପଦଜ୍ଜନକ ହୋଇପଡ଼ିିଛି । ଟାଉନ ପୁଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ପ୍ରଥମାବସ୍ଥାରେ ସାହାପୁର ଛକଠାରେ ସହରାଞ୍ଚଳ ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଉଥିବା ବେଳେ ଏବେ ଆଉ ସେଠାରେ ପୁଲିସ ଦେଖିବାକୁ ମିଳୁନି । ଅପରପକ୍ଷରେ ଶହଶହ ଗାଡ଼ି ଚଳାଚଳ କରିବା ଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ।
Comments are closed, but trackbacks and pingbacks are open.