ଛତ୍ରପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ପୁଲିସ ଜିଲାର ଛତ୍ରପୁର, ରମ୍ଭା ଓ ଭଞ୍ଜନଗର ଥାନା ଅଞ୍ଚଳରେ ଲୁଟ୍ ହୋଇଥିବା ରୁପା ସାମଗ୍ରୀ ଏବଂ ନଗଦ ଟଙ୍କା ଜବତ ହୋଇଛି । ଏନେଇ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଲୁଟ୍ ଘଟଣାରେ ସଂପୃକ୍ତ ଆସିକା ଥାନା ବରଗାଁର ଏ. ଶେଖର (୨୯)ଙ୍କୁ ପୁଲିସ ଗିରଫ କରିଛି । ତାଙ୍କଠାରୁ ୭.୨ କେଜି ରୁପା ଓ ୪୯ ହଜାର ଟଙ୍କା ନଗଦ ଏବଂ ଏକ ବାଇକ ଜବତ ହୋଇଛି । ଏହି ଘଟଣାରେ ଅନ୍ୟ ମାନଙ୍କୁ ଚିହ୍ନଟ କରାଯାଇଛି । ଭଞ୍ଜନଗର ଥାନ ଅଧିନରେ ଉଧରା ଗ୍ରାମର ଲକ୍ଷ୍ମଣଙ୍କ ଅଭିଯୋଗ ଆଧାରରେ ତାଙ୍କର ୭ରୁ ୮ କେଜି ରୁପା ୨ଜଣ ଦୁର୍ବୃତ୍ତ ଗତ ୧୪ ତାରିଖରେ ଲୁଟ୍ କରିଥିଲେ ଥାନା କେସ୍ ୨୯୦/୧୯ରେ ରୁଜୁ କରାଯାଇଥିଲା । ସେହିପରି ଛତ୍ରପୁର ଥାନା, ଛତ୍ରପୁର ସହର ଏବଂ ମୁନିଷିପେଣ୍ଠ ଅଞ୍ଚଳରେ ରୁପା ଗହଣା ଲୁଟ ନେଇ ଥାନା କେସ୍ ୨୦୬/୧୯ରେ ମକଦ୍ଧମା ରୁଜୁ ହୋଇଥିଲା । ସେହିପରି ରମ୍ଭା ଥାନା କେସ୍ ୧୭୭/୧୯ରେ ୪୯ ହଜାର ଟଙ୍କା ସୁବଳୟା ଗ୍ରାମର ଇନ୍ଦ୍ରମଣି ଦଳାଇଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ୪ଟି କେସ୍ରୁ ରମ୍ଭା ପୁଲିସ ଥାନା ଅଧିନରେ ଘଟିଥିବା ୪୯ ହଜାର ଟଙ୍କା ଲୁଟ ଘଟଣାରେ ସମସ୍ତ ଟଙ୍କା ଜବତ ହୋଇଥିବା ବେଳେ ଛତ୍ରପୁର ଥାନା ଅଧିନରେ ଘଟିଥିବା ରୁପା ଲୁଟ ଘଟଣାରେ ୫ଶହ ଗ୍ରାମ ରୁପା ଜବତ ହୋଇଥିବା କହିଛନ୍ତି ଏସ୍ପି ସେହିପରି ଭଞ୍ଜନଗର ଥାନା ଅଧିନରେ ୬.୭ କେଜି ରୁପା ଜବତ ହୋଇଥିବା ବେଳେ ଏକ ବାଇକ୍ ଜବତ କରାଯାଇଛି । ଭଞ୍ଜନଗର ଆଇଆଇସି ସୁଦିପ୍ତ କୁମାର ସାହୁ , ରମ୍ଭା ଥାନା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଏବଂ ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାଏ ଏବଂ ବେଲଗୁଣ୍ଠା ପୁଲିସ ପାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍ ଏହାକୁ ଠାବ କରି ଅଭିଯୁକ୍ତକୁ ଗିରଫ କରିଥିଲେ । ଏହି ସମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, ଭଞ୍ଜନଗର ଆଇଆଇସି ସୁଦିପ୍ତ କୁମାର ସାହୁ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଏଟରାୟ, ରମ୍ଭା ଥାନା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠୀ ଓ ବେଲଗୁଣ୍ଢା ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.