ଦାରିଙ୍ଗବାଡି,(ବି.ବି.ନୁ୍ୟଜ୍): ଛାତରୁ ପଡ଼ି ଜଣେ ଯୁବକଙ୍କ ଆଜି ମୃତୁ୍ୟ ହୋଇଛି । ମୃତକ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ନୀଳକନ୍ଦର ସାହିର ବିଶ୍ୱନାଥ ପାଢ଼ୀ(୩୬) ।
ଛାତ ଉପରୁ ପାଣି ପକାଇବାକୁ ବିଶ୍ୱନାଥ ଯାଇଥିଲେ । ଭାରସାମ୍ୟ ହରାଇ ୧୧ ଫୁଟ ତଳକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତୁ୍ୟ ଘଟିଛି । ଏନେଇ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଏସ୍ଆଇ ଗୋପାଳକୃଷ୍ଣ ଆଗୁପାତ୍ର ଘଟଣାର ତଦନ୍ତ କରୁଛନ୍ତି ।


Comments are closed, but trackbacks and pingbacks are open.