ଝାରସୁଗୁଡା : ଛାତ ଉପରୁ ଠେଲି ଜଣେ ଯୁବକଙ୍କୁ ଦୁଇଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ତାଳପଟିଆ ପୋଲିସ ଜଣକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ତପନ ସାହୁ। ଝାରସୁଗୁଡା ଜିଲ୍ଲା ଦୁର୍ଲଗାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ୩ ଜଣ ସାଙ୍ଗ ଏକାଠି ମଦ ପିଇବା ପରେ ନିଶାଗ୍ରସ୍ତ ଅବସ୍ଥାରେ ଗଣ୍ଡଗୋଳ କରିଥିଲେ। ୩ ଜଣଙ୍କ ମଧ୍ୟରେ ମାରପିଟ ହେବା ପରେ ଦୁଇ ସାଙ୍ଗ ଦେବରାଜ ସିଂ ଓ ଦେବେନ୍ଦ୍ର କାହାଳି ଦୁର୍ଲଗାରେ ଥିବା ଏକ ଗ୍ୟାରେଜ ଛାତ ଉପରକୁ ତପନକୁ ଡାକିନେଇ ଛାତ ଉପରୁ ତଳକୁ ଠେଲି ଦେଇଥିବା ଜଣାପଡିଛି । ଘଟଣାସ୍ଥଳରେ ତପନର ମୃତ୍ୟୁ ହୋଇଥିଲା। ଖବରପାଇ ତାଳପଟିଆ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed, but trackbacks and pingbacks are open.