ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
କୋକସରା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଜଣେ ଛାତ୍ରଙ୍କୁ ଶିକ୍ଷକ ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସମ୍ପୃକ୍ତ ଶିକ୍ଷକଙ୍କ ନିଲମ୍ବନ ଦାବିରେ ଅଭିଭାବକ ଓ ଛାତ୍ରଛାତ୍ରୀ ବୁଧବାର ଜାତୀୟ ରାଜପଥ ୨୬ କୁ ମୋଟେର ଛକ ସ୍କୁଲ ନିକଟରେ ଅବରୋଧ କରିଥିଲେ । ଫଳରେ ଭବାନୀପାଟଣା, ଜୟପୁର ଓ ମୁଖିଗୁଡ଼ା ମଧ୍ୟରେ ତିନି ଘଣ୍ଟା ଧରି ଯାତାୟାତ ପ୍ରଭାବିତ ହୋଇଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଥିଲା । ସେପଟେ ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରକି ଜେରା କରୁଥିବା ଜଣାପଡ଼ିଛି ।
ସୂଚନାମତେ, ମଙ୍ଗଳବାର ସ୍କୁଲରେ ଖେଳୁଥିବା ଦଶମ ଶ୍ରେଣୀ ଛାତ୍ର ଗଗନ ଶବରର ଚପଲ ଅଜାଣତରେ ଇଂରାଜୀ ଶିକ୍ଷକ ଆଦିତ୍ୟ ଦାସଙ୍କୁ ବାଜିଥିଲା । ଏଥିରେ ଶିକ୍ଷକ ରାଗି ଯାଇ ଛାତ୍ରକୁ ଚପଲରେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସମ୍ପୃକ୍ତ ଛାତ୍ର । ଘରେ ମଧ୍ୟ ଏହି ବିଷୟ କହିବା ପରେ ଅଭିଭାବକ ସ୍କୁଲର କମିଟି ସଭାପତି ଟିକେଶ୍ୱର ପଟେଲଙ୍କ ନିକଟରେ ଅଭିଯୋଗ କରିଥିଲେ । ସ୍କୁଲ କମିଟି ସଭାପତି ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ପଚାରିବା ପରେ ଘଟଣା ସତ ବୋଲି ଜାଣିପାରିଥିଲେ । ଏହାପରେ ଅନ୍ୟ ଅଭିଭାବକ ଓ ଛାତ୍ରଛାତ୍ରୀ ଦିନ ୧୧ ଟାରେ ରାଜରାସ୍ତାରେ ପ୍ରତିବାଦ କରିବା ସହ ଅବରୋଧ କରିଥିଲେ । ଇଂରାଜୀ ଶିକ୍ଷକଙ୍କ ନିଲମ୍ବନ ଦାବିରେ କାର୍ଯ୍ୟାନୁÂାନ ନେବାକୁ ଦାବି କରିଥିଲେ । ଖବର ପାଇ କୋକସରା ବ୍ଲକ ଶିକ୍ଷା ଅଧିକାର ତପିମଣୀ ଜାନି, ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝି ପହଞ୍ଚି ଆନେ୍ଦାଳନରେ ବସିଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ । ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁÂାନ ନେବାକୁ କହିବା ପରେ ମଧ୍ୟ ଅଭିଭାବକମାନେ ରାସ୍ତା ଅବରୋଧରୁ ହଟି ନଥିଲେ । ଅବରୋଧ ହଟାଇବା ପାଇଁ ସମ୍ପୃକ୍ତ ଶିକ୍ଷକଙ୍କୁ ପୁଲିସ ଉଠାଇ ଆଣିବା ପରେ ରାସ୍ତା ରୋକ ହଟିଥିଲା । ଦୀର୍ଘ ୩ ଘଣ୍ଟା ରାସ୍ତା ଅବରୋଧ ଫଳରେ ସାଧାରଣ ଯାତ୍ରୀମାନେ ହଇରାଣ ହୋଇଥିଲେ । ସୁରକ୍ଷା ଦୃଷ୍ଟିରୁ ଆନେ୍ଦାଳନ ସ୍ଥଳରେ କୋକସରା ଥାନା ପକ୍ଷରୁ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏନେଇ ପୁଲିସ ଏଏସଆଇ ବୁଲୁ ସେଠୀଙ୍କୁ ପଚାରିବାରୁ ଶିକ୍ଷକଙ୍କୁ ଅଟକ ରଖାଯାଇଛି ଓ ତାଙ୍କ ନାମରେ ମାମଲା ରୁଜୁ ହୋଇ ନଥିବା ପ୍ରକାଶ କରିଛନ୍ତି । ତେବେ ଦଣ୍ଡମୁକ୍ତ ଅଞ୍ଚଳରେ ଜଣେ ଛାତ୍ରଙ୍କୁ ଚପଲ ମାଡ଼ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଦାବି କରାଯାଇଛି ।


Comments are closed, but trackbacks and pingbacks are open.