ଛାତ୍ରଙ୍କୁ ବୌଦ୍ଧିକ ସହଯୋଗ ଦେବାକୁ ଏମ୍ଏଚ୍ଆର୍ଡିର ପଦକ୍ଷେପ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ଅଭିଭାବକ ଓ ଶିକ୍ଷକ ସମସ୍ତେ ଚାପଗ୍ରସ୍ତ ଅଛନ୍ତି । ସେମାନଙ୍କୁ ଚିନ୍ତାମୁକ୍ତ କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦେବ ବୌଦ୍ଧିକ ତଥା ମାନସିକ ସହାୟତା । ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଛି ‘ମନୋଦର୍ପଣ’ ନାମକ ବିଶେଷ କାର୍ଯ୍ୟକ୍ରମ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କ ଏକ ଟୋଲ୍ ଫି୍ର ନମ୍ବର ଜାରି କରିଛନ୍ତି । ମାନସିକ ଚାପଗ୍ରସ୍ତ ଥିବା ଛାତ୍ରଛାତ୍ରୀ, ଅଭିଭାବକ କିମ୍ବା ଶିକ୍ଷକ ୮୪୪୮୪୪୦୬୩୨ ନମ୍ବରରେ କଲ୍ କରି ସହାୟତା ଲୋଡ଼ିପାରିବେ । ମନ୍ତ୍ରଣାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କର ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ଭାବେ ସୁସ୍ଥ ରହିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଡ. ନିଶଙ୍କ କହିଛନ୍ତି । ଏହା ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶବିଶେଷ । ଯାହା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ସହିତ ମାନବ ସମ୍ବଳ ବିକାଶରେ ସହାୟକ ହେବ । ଏ ବାବଦରେ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ୱେବ୍ ପେଜ୍ କରାଯାଇଛି । ସେଥିରେ ‘ମନୋଦର୍ପଣ’ର ଉପଦେଶାବଳୀ, ବାସ୍ତବିକ ଜୀବନର ବହୁ ଟିପ୍ସ୍, ପୋଷ୍ଟର୍ ଓ ଭିଡିଓ ଜାରି କରାଯାଇଛି ।
ସେହିପରି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ କ’ଣ କରିବା ଉଚିତ ଓ ଅନୁଚିତ ସେ ବାବଦରେ ମଧ୍ୟ ‘ମନୋଦର୍ପଣ’ରେ ସୂଚନା ଦିଆଯାଇଛି । ଦେଶର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇପାରିବେ । ଟେଲି-କାଉନ୍ସେଲିଂ ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ ସମସ୍ୟା ଦୂର କରିବାକୁ ଚେଷ୍ଟା କରାଯିବ । ସେମାନଙ୍କର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅଭିଜ୍ଞ ମନସ୍ତତ୍ତ୍ୱବିତ୍ ଓ କାଉନସେଲରମାନଙ୍କ ସହାୟତା ନିଆଯିବ । ଏ ବାବଦରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ସୂଚିତ କରାଯାଇଛି । ଆବଶ୍ୟକ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିର ସଚିବ ପ୍ରଫେସର ରଜନୀଶ ଜୈନ ଚିଠି ଲେଖି ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons