ଭୁବନେଶ୍ୱର: ଛାତ୍ରଙ୍କୁ ୱାର୍ଡେନ୍ଙ୍କ ମାଡ଼ ଭଳି ନିନ୍ଦନୀୟ ଘଟଣା ଭୁବନେଶ୍ୱରର ଏକ ନାମୀ ଘରୋଇ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି। ୱାର୍ଡେନ୍ ଦୟନୀୟ ଭାବେ ଛାତ୍ର ଜଣକୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଛାତ୍ର ଜଣକ କାକୁତିମିନତି ହେଲେ ମଧ୍ୟ ତାଙ୍କର ଏଥିପ୍ରତି ଦୟା ନାହିଁ।
ଗୋଟିଏ ପରେ ଗୋଟିଏ ଲଗାତର ବାଡିରେ ପିଟି ଚାଲିଛନ୍ତି ସମ୍ପୃକ୍ତ ୱାର୍ଡେନ୍। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ପ୍ରକୃତ ଘଟଣା ସାମନାକୁ ଆସିଛି। ଭିଡିଓ ଭାଇରାଲ୍ ପରେ ୱାର୍ଡେନ୍ଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି । ତେବେ ଗତକାଲି ସମ୍ପୃକ୍ତ ୱାର୍ଡେନ୍ଙ୍କୁ ବହିଷ୍କାର କରାଯାଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଫ୍ଆଇର ପରେ ପୁଲିସ୍ କଲେଜରେ ପହଞ୍ଚି ଘଟଣା ବିଷୟରେ ପ୍ରିନ୍ସିପାଲ ଏବଂ ଛାତ୍ରଙ୍କୁ ପଚରାଉଚରା କରିଛି।
Comments are closed, but trackbacks and pingbacks are open.