ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲେ ସାଇକ୍ଲୋନ ମ୍ୟାନ ମୃତୁ୍ୟଞ୍ଜୟ

Get real time updates directly on you device, subscribe now.

ଭଦ୍ରକ: ସାଇକ୍ଲୋନ ମ୍ୟାନ ଭାବେ ପରିଚିତ ଭାରତୀୟ ପାଣିପାଗ ବିଭାଗର ମହାନିଦେ୍ର୍ଧଶକ ଡ. ମୃତୁ୍ୟଞ୍ଜୟ ମହାପାତ୍ର ସୋମବାର ଭଦ୍ରକ ଜିଲ୍ଲା ଓକରା ନୋଡାଲ ସ୍କୁଲର ଛାତ୍ର ଓ ଅଭିଭାବକଙ୍କୁ ଉଦ୍ବାଧନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଭାରତରେ ବିଜୁଳି ଓ ବଜ୍ରପାତଜନିତ ତଟିୟ ତଥା ଗ୍ରାମୀଣ ଅଞ୍ଚଳରେ ମୃତୁ୍ୟର ହାର କମ କରାଯିବ । ସେଥିପାଇଁ ସରକାରଙ୍କ ପକ୍ଷରୁ ଯୋଜନା ହେଉଛି । ଏହାର ପୂର୍ବାନୁମାନ ସଂପର୍କରେ ଲୋକମାନଙ୍କୁ ଅବଗତ କରାଇ ଦେବା ପାଇଁ ଖୁବ୍ଶୀଘ୍ର “ଜନ ଜାଗରଣ’ ସୃଷ୍ଟି କରାଯିବ ବୋଲି ସେ କହିଥିଲେ ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗଣଶିକ୍ଷା ବିଭାଗ ଦ୍ୱାରା “ମୋ ସ୍କୁଲ ଅଭିଯାନ’ ମାଧ୍ୟମରେ ପୁରାତନ ଛାତ୍ରଙ୍କ ଦ୍ୱାରା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାର ପ୍ରାବଧାନ କରାଯାଇଛି । ଏହି କ୍ରମରେ ନିଜେ ପାଠ ପଢ଼ିଥିବା ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଅନ୍ତର୍ଗତ ଓକରା ନୋଡାଲ ହାଇସ୍କୁଲକୁ ଦିଲ୍ଲୀସ୍ଥିତ ଆମ୍ବେଦକର ପ୍ରତିÂାନର ନିଦେ୍ର୍ଧଶକ ଡ. ଦେବେନ୍ଦ୍ର ମାଝୀ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସ୍କୁଲ ଭିତ୍ତିଭୂମି ତଥା ଶିକ୍ଷାର ମାନବୃଦ୍ଧି ଦିଗରେ ପ୍ରୟାସ କରି ଡ. ମାଝୀ ନିଜର ପୋଷ୍ୟ ସ୍କୁଲରେ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ବକ୍ତା ଭାବେ ଆଣି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ଗତ ୨୦ ଜୁନରେ ହୋଇଥିବା ୱେବିନାରରେ ଡ. ମୃତୁ୍ୟଞ୍ଜୟ ମହାପାତ୍ରଙ୍କ ବ୍ୟତୀତ ଭୁବନେଶ୍ୱର ଏମ୍ସର ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, ବିଶିଷ୍ଟ ଶାସ୍ତ୍ରୀୟ ଗାୟିକା ଆନନ୍ଦିତା ଦାସ, ଭଦ୍ରକ ଡିଇଓ କପିଳେଶ୍ୱର ମିଶ୍ର, ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ମିଶନ ଶକ୍ତି ଅଧିକାରୀ ନବକିଶୋର ପରିଡ଼ା, ପୁରାତନ ଛାତ୍ର ରାଜେନ୍ଦ୍ର ପରିଡ଼ା, ହରମୋହନ ଜେନା, ବୀରେନ୍ଦ୍ର ମାଝୀଙ୍କ ସମେତ ଅନ୍ୟମାନେ ଅଂଶଗ୍ରହଣ କରି ଡ. ମହାପାତ୍ରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଦିଲ୍ଲୀରୁ ଓଡ଼ିଆ ମହାମଞ୍ଚ ନିଦେ୍ର୍ଧଶକ ଗୋବର୍ଦ୍ଧନ ଧଳ ମଧ୍ୟ ଯୋଗ ଦେଇଥିଲେ । ଏହା ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ନେଇ ପରିବେଶ ସମ୍ପର୍କିତ ଏକ ମୌଖିକ କୁଇଜ୍ ପ୍ରତିଯୋଗିତା ହୋଇଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons