ପାଟଣା: ପୁଣି ଗୁରୁଙ୍କର ନାଁରେ ଲାଗିଛି କଳଙ୍କ । ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଙ୍କୁ ଅସାଦାଚରଣ ଅଭିଯୋଗ ରେ ଗିରଫ ହୋଇଛନ୍ତି ପ୍ରଧାନ ଶିକ୍ଷକ।କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତ ଉକ୍ତ ବିଦ୍ୟାଳୟର ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଅସାଦାଚରଣ କରୁଥିବା ଅଭିଯୋଗ ନେଇ ଗତ କାଲି ସ୍କୁଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା।
ଅଭିଭାବକ ମାନେ ସ୍କୁଲର ଗେଟ ସମ୍ମୁଖରେ ଅପରାହ୍ନ ୩ ଟା ସମୟରୁ ରହି ପ୍ରଧାନ ଶିକ୍ଷକଙ୍କୁ ଗିରଫ ଦାବି କରି ସ୍କୁଲ ଭିତରେ ଅଟକ ରଖିଥିଲେ । ପରେ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଚି ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତଙ୍କୁ ବିଦ୍ୟାଳୟରୁ ଉଦ୍ଧାରକରି ଥାନାରେ ଅଟକ ରଖିଥିଲା ।
ଅଭିଯୋଗର ସତ୍ୟାସତ୍ୟ ଅନୁସଂଧାନ ପରେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତଙ୍କୁ ତୁରୁମୁଙ୍ଗା ପୋଲିସ ଗିରଫ କରିଛି। ଅଭିଭାବକଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଶିକ୍ଷକ ପୂର୍ବରୁ ମଧ୍ୟ ଛାତ୍ରୀଙ୍କ ପ୍ରତି ଏପରି ଘୃଣ୍ୟ କାର୍ୟ୍ୟ କରି ଆସୁଥିଲେ।
Comments are closed, but trackbacks and pingbacks are open.