ଛାତ୍ରୀଙ୍କୁ ମାଡ଼ ଅଭିଯୋଗ:ଧାରଣା ପରେ ଶିକ୍ଷୟିତ୍ରୀଙ୍କ ବଦଳି

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ବିଭିନ୍ନ କାରଣ ନେଇ ଛାତ୍ରୀଙ୍କୁ ଦୁଇ ଶିକ୍ଷୟିତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଛାତ୍ରୀଙ୍କ ଅଭିଯୋଗ ପରେ କାର୍ଯ୍ୟାନୁÂାନ ନେବାରେ ବିଳମ୍ବ ହୋଇଥିଲା । ଆଜି ଏନେଇ ଛାତ୍ରୀମାନେ ଧାରଣାରେ ବସିଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚୂନପଲ୍ଲୀ ଠାରେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆନେ୍ଦାଳନକାରୀ ଛାତ୍ରୀଙ୍କ ସହ ଆଲୋଚନା କରି ଦୁଇ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ପ୍ରଧାନ ସୂଚନା ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ସ୍କୁଲର ଦୁଇ ଶିକ୍ଷୟିତ୍ରୀ ମଞ୍ଜୁଳା ପାଣ୍ଡେ ଓ ପ୍ରଣୟନୀ ଦିଗାଲ ବିଭିନ୍ନ କାରଣ ନେଇ ଛାତ୍ରୀଙ୍କୁ ମାଡ଼ ମାରିଥିଲେ । ସେପ୍ଟେମ୍ବର ୧୬ ତାରିଖରେ ଛାତ୍ରୀମାନେ ପ୍ରଧାନଶିକ୍ଷିତ୍ରୀ ସ୍ମିଗ୍ଧା ପ୍ରିୟଦର୍ଶିନୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଇତି ମଧ୍ୟରେ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁÂାନ ନିଆଗଲା ନାହିଁ । ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରୁ ଆଜି ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣା ଦେଇଥିଲେ । ଅର୍ଦ୍ଧ ବାର୍ଷିକ ପରୀକ୍ଷା ଆଜି ରହିଥିବାବେଳେ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା । ରାଇକିଆ ବିଡିଓ ପ୍ରବୀଣ ପାଣୁଆ, ଏଡିଓ ଲକ୍ଷ୍ମୀନାରାୟଣ ବେହେରା, ବିଇଓ ଆନେ୍ଦାଳନକାରୀ ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଅଭିଯୁକ୍ତ ଦୁଇ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ ସ୍କୁଲ ତାଲା ଖୋଲିଥିଲା । ପରିସ୍ଥିତି ସ୍ୱାଭାବିକ ହେବା ପରେ ପିଲାମାନେ ଅର୍ଦ୍ଧବାର୍ଷିକ ପରୀକ୍ଷା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons