ଛାତ୍ରୀଙ୍କ ତଣ୍ଟି କାଟିଥିବା ଟିଉସନ ସାର ପଶ୍ଚିମବଙ୍ଗରୁ ଗିରଫ

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଦେହୁଡ଼ଦା ଗ୍ରାମରେ ଗୁରୁବାର ରାତିରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିବା ଟିଉସନ ସାର୍ଙ୍କୁ ଶନିବାର ପଶ୍ଚିମବଙ୍ଗରୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଅପରାହ୍ନରେ ଗିରଫ ଟିଉସନ ଶିକ୍ଷକ ବିଶ୍ୱଜିତ୍ ନାଥଙ୍କୁ ଭୋଗରାଇ ଥାନାକୁ ଆଣି ଜେରା କରାଯାଉଥିବା ଜଣାପଡ଼ିଛି ।
ବିବରଣୀ ମୁତାବକ, ଘରୋଇ ସ୍କୁଲରେ ଶିକ୍ଷକତା କରିବା ସହ ବିଭିନ୍ନ ସ୍ଥାନରେ ଟିଉସନ କରୁଥିବା ଦେହୁଡ଼ଦା ଗ୍ରାମର ରତନ ନାଥଙ୍କ ପୁଅ ବିଶ୍ୱଜିତ୍ ଓରଫ ପିଲୁ ନିଜ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଦୀର୍ଘ ୪/୫ ବର୍ଷ ହେବ ଟିଉସନ କରୁଥିଲେ । ବିଶ୍ୱଜିତଙ୍କ ସହ ସେହି ପରିବାରର ଆତ୍ମୀୟତା ବଢ଼ିଯିବା ସହ ବିଭିନ୍ନ ସମୟରେ ସେ ତାଙ୍କ ଘରକୁ ଅବାଧରେ ଯିବାଆସିବା କରୁଥିଲେ । ଗୁରୁବାର ରାତିରେ ଛାତ୍ରଛାତ୍ରୀମାନେ ଟିଉସନକୁ ଆସିନଥିଲା ବେଳେ ସ୍ଥାନୀୟ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିବା ଗୃହ ମାଲିକଙ୍କ ନାବାଳିକା ଛାତ୍ରୀ ଘରେ ଥିଲେ । ତାଙ୍କ ମାଆ ଘର ଭିତରେ କାର୍ଯ୍ୟ ବ୍ୟସ୍ତ ରହିଥିଲା ବେଳେ ଟିଉସନ ଶିକ୍ଷକ ବିଶ୍ୱଜିତ ସେହି ନାବାଳିକା ଛାତ୍ରୀକୁ ଘର ବାହାରକୁ ଡାକି ଅଗଣାରେ କଥାବାର୍ତ୍ତା ହେଉଥିଲେ । କ’ଣ ହେଲା କେଜାଣି ହଠାତ୍ ଛାତ୍ରୀର ଚିକ୍ରାର ଶୁଣି ତାଙ୍କ ମାଆ ବାହାରକୁ ବାହାରି ଆସିଥିଲେ । ସେତବେଳକୁ ବିଶ୍ୱଜିତ୍ ନିଜ ବାଇକ୍ ଛାଡ଼ି ଫେରାର ହୋଇଯାଇଥିବା ବେଳେ ଝିଅ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଗଣାରେ ପଡ଼ିଥିଲେ । ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟିକୁ ଗଭୀର ଭାବେ କଟା ଯାଇଥିବା ଦେଖି ମାଆ ପଡେ଼ାଶୀଙ୍କୁ ଡାକିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ଛାତ୍ରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons