ବ୍ରହ୍ମପୁର : ଗଂଜାମ ଜିଲ୍ଲା ସୋରଡା ଥାନା ପାଟପଲି ଗାଁ ନିକଟରେ ଥିବା ବାଉଁଶିଆ ଜଙ୍ଗଲରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀ ଜଣକ ଗାଗଂପୁର ଥାନା ଗୁଣ୍ଡୁରିବାଡିର ସନ୍ତୋଷିନୀ ଗୌଡ ବୋଲି ଜଣାପଡିଛି ।
ସେ ଗତ ୨୭ ଦିନ ହେବ ଘରୁ ନିଖୋଜ ହୋଇଯାଇଥିଲେ । ତେବେ ଗତକାଲି ମଧ୍ୟ ରାତିରେ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରୁ ମୃତ ଛାତ୍ରୀଙ୍କ ସାର୍ଟିଫିକେଟ୍ ମଧ୍ୟ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସୋରଡା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.