ଛାତ୍ର ବିଜେଡି ସଭାପତି ସନାତନଙ୍କ ଦେହାନ୍ତ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ନଗର ଛାତ୍ର ବିଜେଡି ସଭାପତି ସନାତନ ପାଣିଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବ୍ୟବସାୟିକ ମନୋଭାବ ଓ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହିଁ ଶେଷରେ କାଳ ହୋଇଥିଲା । ଆନ୍ଧ୍ର ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ସନାତନଙ୍କ ଦେହାନ୍ତ ପରେ ଆଜି ଶୋକାକୁଳ ପରିବେଶରେ ଶେଷକୃତ୍ୟ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖା ଆଗରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇ ସନାତନ ପ୍ରଥମେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟନା ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ମୁଣ୍ଡ ଓ ପେଟରେ ଗୁରୁତର ଆଘାତ ଲାଗିଥିଲା । ୨୮ ତାରିଖରୁ ତାଙ୍କ ଚେତା ଫେରି ନଥିଲା । ଏକ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ପେଟରେ ଅସ୍ତେ୍ରାପଚାର କରିବାକୁ ପରାମର୍ଶ ଦେଇଥିଲେ । ଏଥିପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ସେମାନେ ଦାବି କରିଥିଲେ । ସଂପୃକ୍ତ ଡାକ୍ତରଖାନାର ଏଭଳି ବ୍ୟବସାୟିକ ମନୋଭାବ ଦେଖି ପରିବାର ଲୋକେ ଅନ୍ୟ ଏକ ଡାକ୍ତରଖାନାକୁ ସନାତନଙ୍କୁ ସ୍ଥାନାନ୍ତର କରିଥିଲେ । ସେଠି ମଧ୍ୟ ଅନୁରୂପ ଅବସ୍ଥା ଦେଖି ଆଉ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହଠାତ୍ ରକ୍ତଚାପ ନିମ୍ନ ହୋଇଯିବାରୁ ତାଙ୍କ ଜୀବନ ଚାଲି ଯାଇଥିଲା । ଗୋଟିଏ ପଟେ ପରିବାର ଲୋକ ଓ ବିଜେଡି ଦଳର ସାଥିମାନେ ଟଙ୍କା ଯୋଗାଡ କାମରେ ଲାଗିଥାନ୍ତି । ଗତ ତିନିଦିନ ମଧ୍ୟରେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଙ୍ଗଳବାର ରାତିରେ ଅସ୍ତେ୍ରାପଚାର ପାଇଁ ଆଉ ଏକ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ପରିବାର ଲୋକେ ଜମା କରିଥିଲେ । ହେଲେ କିଛି ସମୟ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ଆଜି ସ୍ଥାନୀୟ ଅଞ୍ଚଳ ସମେତ ଦକ୍ଷିଣ ଓଡିଶାର ଦୁର୍ବଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିଦେ୍ର୍ଧଶ କରିବା ସହ ଆନ୍ଧ୍ରର ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବ୍ୟବସାୟିକ ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଜଣେ ମେଳାପୀ, ମିÂଭାଷୀ ଓ ପରୋପକାରୀ ଯୁବକ ଭାବେ ସନାତନ ବେଶ୍ ପରିଚିତ ଥିବାରୁ ଆଜି ସକାଳେ ଗୁଣପୁର ବେବର୍ତ୍ତା ଢେପରେ ତାଙ୍କ ମରଶରୀର ପହଞ୍ଚିବା କ୍ଷଣି ଶତାଧିକ ଯୁବଛାତ୍ର ମହିଳାଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ତାଙ୍କ ଶେଷଦର୍ଶନ କରିଥିଲେ । ପାଖପଡୋଶୀ ସ୍ତ୍ରୀ ପିଲା ଛୁଆ ସମସ୍ତଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପୂରା ସାହି । ତାଙ୍କ ଘରମୁହଁ ଲୋକାରଣ୍ୟ ହୋଇ ପଡିଥିଲା । ଏଭଳି ଏକ ଶୋକାକୁଳ ପରିବେଶ ମଧ୍ୟରେ ଆଜି ତାଙ୍କ ଅନ୍ତେ୍ୟଷ୍ଟି କ୍ରିୟା ସମ୍ପନ୍ନ ହୋଇଥିଲା । ସନାତନ ହେଉଛନ୍ତି ବରିÂ ଆଇନଜୀବୀ ଶିବପ୍ରସାଦ ପାଣିଙ୍କ ପୁଅ ଓ ବିଜେଡିନେତା ମୁନା ପାଣିଙ୍କ ପୁତୁରା । ସନାତନଙ୍କ ବିୟୋଗ ଖବର ଶୁଣି ବିଧାୟକ ରଘୁନାଥ ଗମାଙ୍ଗ ଶେଷଦର୍ଶନ କରିବା ସହ ଗଭୀର ଶୋକବ୍ୟକ୍ତ କରିଛନ୍ତି । ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା, ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଖଦିବୋର୍ଡ ନିଗମ ସଦସ୍ୟ ପୃଥ୍ୱୀରାଜ ସାହୁ, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଉପସଭାପତି ଅବିନାଶ ଠାକୁର, ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡାଙ୍ଗା, ଛାତ୍ର ସଭାପତି ପିଙ୍କୁ ପଣ୍ଡା, ଆଇନଜୀବୀ ରାଜେନ୍ଦ୍ରପ୍ରସାଦ ସାହୁ, ଦେବୀ ଆଚାର୍ଯ୍ୟ, ପ୍ରବୀଣ ପଟ୍ଟନାୟକ, ସମାଜସେବୀ ଅକ୍ଷୟ ଦାସ, କଂଗ୍ରେସ ନେତା ଏସ୍.ବାବା ପ୍ରସାଦ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons