ବୁଗୁଡ଼ା,(ବି.ବି.ନୁ୍ୟଜ୍): ଟିଭିରେ କ୍ରାଇମ୍ ସିରିଏଲ୍ ଦେଖି ଇଚ୍ଛା ହେଲା ମର୍ଡର କରିବା ପାଇଁ । ଏନେଇ ସାନ ଭାଇ ନୀଲୁ ପାତ୍ର(୧୫)କୁ ଛୁରା ମାଡ଼ କରି ହତ୍ୟା କରିଥିବା ପୁଲିସକୁ ଜଣାଇଛନ୍ତି ଅଭିଯୁକ୍ତ ବିନୋଦ ପାତ୍ର(୨୨) ।
ଘଟଣା ସ୍ଥଳରେ ଡଗ୍ସ୍କ୍ୱାଡ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ମାଳିଝୋଳା ଠାକୁରାଣୀ ମନ୍ଦିର ନିକଟରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି । ବିଲ ମଧ୍ୟରେ ଏକ ମୃତଦେହ ପଡ଼ିଥିବା ଦେଖି ଥାନାକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ନିଲୁ ରାତିରେ ମାଳିଝୋଳା ଠାକୁରାଣୀ ମନ୍ଦିର ଗେଟ୍ ନିକଟରେ ଶୋଇଥିଲା । ନିଲୁର ଦାଦା ପୁଅ ବିନୋଦ ଏକ ଛୁରିରେ ତାର ବେକ କାଟିବା ସହ ପେଟକୁ ଆକ୍ରମଣ କରିଥିଲା । ରକ୍ତ ଜୁଡ଼ୁବୁଡ଼ା ଅବସ୍ଥାରେ ତାକୁ ମନ୍ଦିର ପଛପାଖ ଏକ ବିଲ ମଧ୍ୟରେ ପକାଇ ଦେଇଥିଲା ।
ସକାଳୁ ଗ୍ରାମବାସୀ ଦେଖି ଥାନାକୁ ଜଣାଇଥିଲେ । ଉଭୟ ପରିବାର ମଧ୍ୟରେ ସେଭଳି କିଛି ପୂର୍ବ ଶତ୍ରୁତା ନଥିଲା । ଉଭୟ ପରିବାର ଘୁଷୁରି ଚରାଇ ଗୁଜୁରାଣ ମେଣ୍ଟାଉଥିଲେ । କାହିକି ବିନୋଦ ହତ୍ୟା କଲା ପରିବାର ଲୋକ ମଧ୍ୟ କହିପାରୁନାହାନ୍ତି । ପୁଲିସ ଅଭିଯୁକ୍ତ ବିନୋଦକୁ ପଚାରିବାରେ ଟିଭିରେ କ୍ରାଇମ୍ ସିରିଏଲ୍ ଦେଖି ନିଲୁକୁ ହତ୍ୟା କରିବାକୁ ଇଚ୍ଛା କରିଥିବା କହିଛି । ଆଇଆଇସି ସେକେଣ୍ଡ ଅଫିସର ତନୁଶ୍ରୀ ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ବିନୋଦକୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି । ପୁଲିସ ୨୩୫ରେ ମାମଲା ରୁଜୁ କରି ଛାନ୍ଭିନ୍ ଜାରି ରଖିଛି ।


Comments are closed, but trackbacks and pingbacks are open.