ଛୁରିରେ ବାପ ପୁଅକୁ ଆକ୍ରମଣ ଅଭିଯୋଗ

0

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନ୍ୟୁଜ୍): ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ଦକ୍ଷିଣପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗ୍ରାମର ଜି.ଯୋଗେନ୍ଦ୍ର ରେଡି(୫୦) ଓ ତାଙ୍କ ପୁଅ ଜି. ରାଜେଶ ରେଡି(୨୫)ଙ୍କୁ ଛୁରିରେ ଆକ୍ରମଣ ଅଭିଯୋଗ ହୋଇଛି । ମରଣାନ୍ତକ ଆକ୍ରମଣରେ ବାପ ପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଦିଗପହଣ୍ଡି ଥାନାରେ ଏତଲା ହୋଇଛି । ମିଳିଥିବା ଖବର ଅନୁସାରେ ବି.ଦକ୍ଷିଣପୁର ଗ୍ରାମର ଏଲ୍.ମାଲେଶ୍ୱରୀ ରେଡିଙ୍କର ଘର ଛାତ କଂକ୍ରିଟ୍ ପଡୁଥିଲା । ଏହି ନିର୍ମାଣ କାର୍ଯ୍ୟରେ ଜି.ଯୋଗେନ୍ଦ୍ର ରେଡି ଶ୍ରମିକ ଭାବରେ କାର୍ଯ୍ୟ ତଦାରଖ କରୁଥିଲେ । ଜି.ଯୋଗେନ୍ଦ୍ର ରେଡି ଜଣେ ଇଲେକ୍ଟ୍ରିସିଆନ୍ ଭାବରେ କାର୍ଯ୍ୟ କରୁଥିଲେ । ଆଜି ସକାଳ ୮ଟା ୩୦ରେ ଘର ଛାତ କାମ ଚାଲିଥିବା ବେଳେ ଅତର୍କିତ ଛୁରିରେ ଯୋଗେନ୍ଦ୍ରଙ୍କ ପେଟକୁ ବାରମ୍ବାର ଆଘାତ କରିଥିଲା । ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଆହତ ହୋଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

Show Buttons
Hide Buttons