ଛେଚା ଖାଇଲେ କମେଡି ମାଷ୍ଟର

Get real time updates directly on you device, subscribe now.

ଟାଙ୍ଗୀ: ଦେଶର ସୁରକ୍ଷା ଦାୟିତ୍ବରେ ଥିବା ଜଣେ ଯବାନ ଛୁଟି କଟାଇବା ପାଇଁ ନିଜ ଘରକୁ ଆସିଥିଲେ। ଏହି ଯବାନ ଜଣଙ୍କ କମେଡି ମ୍ୟାନ୍ ସୁରଜ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ କରି ବିଭିନ୍ନ ସାଙ୍ଗଙ୍କକୁ ନେଇ କମେଡି କରିଥିଲେ। ଆଜି ଟାଙ୍ଗୀ ଥାନା ଅଧିନସ୍ଥ ଜାତୀୟ ରାଜପଥରେ କମେଡି ଭିଡିଓ ସୁଟିଙ୍ଗ କରୁଥିଲେ । ଏହି ସମୟରେ କିଛି ଯୁବକ ଏବଂ କମେଡି ମାଷ୍ଟର ସୁରଜଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଉ ତାପରେ ସଙ୍ଘବନ୍ଧ ହୋଇ ଯୁବକମାନେ କମେଡି ମାଷ୍ଟର ସୁରଜଙ୍କୁ ନିର୍ଧୁମ ଛେଚିଥିଲେ। ଖବର ପାଇବା ପରେ ଟାଙ୍ଗୀ ପୋଲିସ ସୁରଜଙ୍କୁ ଉଦ୍ଧାର କରିଥିଲେ।
ଏହାସହ ଆକ୍ରମଣ କାରୀଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ୍ ଗିରଫ କରିଛି। ସୁରଜ କୁମାର ଜେନାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମରେ । ସେ ସିଆରପିଏଫ୍ ଯବାନ ଭାବେ କାର୍ୟ୍ୟରତ ଅଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons