ପାଟଣା: ଛେଳି ଚୋରି ଅଭିଯୋଗରେ ପାଟଣା ପୋଲିସ ସୋମବାର ଗୋରାସ ଗ୍ରାମର ବାପ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପାଟଣା ଥାନା ଅନ୍ତର୍ଗତ କୁଣ୍ଡଳା ଗ୍ରାମର ପପୁନ ମହାନ୍ତଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ୧୨ଟି ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।
ଏ ନେଇ ଛେଳି ମାଲିକ ଥାନାରେ ଅଭିଯୋଗ ପରେ ପାଟଣା ପୋଲିସ ଗୋରାସ ଗ୍ରାମର ଛେଳି ବ୍ୟବସାୟୀ ହରିଶ୍ଚନ୍ଦ୍ର ସେଠୀଙ୍କ ଘରୁ ଛେଳି ଗୁଡ଼ିକୁ ଉଦ୍ଧାର କରିଥିଲା। ଏଥିସହ ପୋଲିସ ହରିଶ୍ଚନ୍ଦ୍ର ସେଠୀ ଓ ତାଙ୍କ ପୁଅ ଭୀମସେନ ସେଠୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରି ବାପ ଓ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ହରିଶ୍ଚନ୍ଦ୍ର ସେଠୀ ଜଣେ ଛେଳି ବ୍ୟବସାୟୀ ହୋଇଥିବା ବେଳେ ଉକ୍ତ ଚୋରୀ ହୋଇଥିବା ଛେଳି ଗୁଡିକୁ ୪୨ ହଜାର ଟଙ୍କାରେ କିଣି ଘରେ ରଖିଥିଲା।
ଚୋରି କରିଥିବା ଲୋକେ ତାଙ୍କୁ ଛେଳି ବିକ୍ରି କରିଥିବା ବେଳେ ଛେଳି ମାଲିକ ପିପୁନ ମହାନ୍ତଙ୍କ ଅଭିଯୋଗ ପରେ ଉଭୟ ବାପ ଓ ପୁଅଙ୍କୁ ପାଟଣା ଥାନା କେସ ନମ୍ବର ୧୬୫/୨୦ରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Comments are closed, but trackbacks and pingbacks are open.