ସୋନପୁର : ସୋନପୁର ଜିଲ୍ଲା ଅନ୍ତର୍ଗତ ମୟୁରଉଡାନ ପଂଚାୟତର କିର୍ତିପୁର ଗାଁରେ ଶହ ଶହ ଏକର ଜଂଗଲ ଜମିକୁ କିଛି ଅସାଧୁ ବ୍ୟକ୍ତି ଅନେକ ଦିନ ହେଲା ଜବର ଦଖଲ କରି ରଖିଛନ୍ତି ।
ସୂଚନାଯୋଗ୍ୟ ଯେ, ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ ନେଇ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରୁଆସୁଛନ୍ତି । କିନ୍ତୁ ଜବର ଦଖଲକାରୀ ଜଂଗଲ ଜମି ଛାଡୁନଥିବାରୁ ଶେଷରେ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ କରିବା ସହିତ ପ୍ରଶାସନ ପାଖରେ ଫେରାଦ ହୋଇଛନ୍ତି କିର୍ତିପୁରର ଗ୍ରାମବାସୀ । ଜବର ଦଖଲ ଉଚ୍ଛେଦ ପାଇଁ ଲିଖିତ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି । ଆସନ୍ତା ୭ଦିନ ମଧ୍ୟରେ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରାନଗଲେ ଆଗକୁ ଆନ୍ଦୋଳନକୁ ଯୋରଦାର କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।


Comments are closed, but trackbacks and pingbacks are open.