ଜଗତସିଂହପୁର ତରତଙ୍ଗ ଅଞ୍ଚଳରୁ 300ଗ୍ରାମ ବ୍ରାଉନସୁଗାର ସହ ଏକ ନାଲି ରଙ୍ଗର କେଟିଏମ ବାଇକ ଜବତ୍ ହୋଇଛି। ବାଇକ ନମ୍ବର OD-33 v-4443 ହୋଇଥିବା ବେଳେ ଜଣକୁ ଗିରଫ୍ କରିବାରେ ସଫଳ ହୋଇଛି ଜଗତସିଂହପୁର ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ । ଆଜି ଏହି କାରବାର ସମ୍ପର୍କିତ ଖବର ପାଇବା ପରେ ଅବକାରୀ ବିଭାଗର ଏକ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରି 300ଗ୍ରାମ ବ୍ରାଉନସୁଗର୍ ଓ ଗୋଟିଏ ବାଇକ ଜବତ୍ କରିବା ସହ ଘଟଣା ସ୍ଥଳରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ୍ ଜଣ କ ସ୍ଥାନୀୟ ତରତଙ୍ଗ ତୋଟା ପଡା ଅଞ୍ଚଳର ,ପ୍ରଭାତ ରଂଜନ ମହାପାତ୍ର l ଜବତ୍ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 30 ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଅବକାରୀ ବିଭାଗର ସହକାରୀ ସୁପରିଟେଣ୍ଡେଣ୍ଟ ବୈଜୟନ୍ତି ପଣ୍ଡା ସୁଚନା ଦେଇଛନ୍ତି।


Comments are closed, but trackbacks and pingbacks are open.