ଜଗାକୁ ଭେଟିଲେ ମନ୍ତ୍ରୀ ପ୍ରତାପ ଜେନା

Get real time updates directly on you device, subscribe now.

ଫୁଲବାଣୀ: ତିନି ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ନଗର ଉନ୍ନୟନ, ଆଇନ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ସେଠାରେ ଚିକିତ୍ସାଧୀନ ଜଗାକୁ ଭେଟିଛନ୍ତି । ଜଗାର ଭଲମନ୍ଦ ବୁଝିବା ସହ ତାର ସ୍ୱାସ୍ଥ୍ୟବସ୍ଥା ନେଇ ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଜଗାର ସ୍ୱାସ୍ଥ୍ୟ ଭଲ ଥିବା ଦେଖି ଖୁସି ଜାହିର କରିବା ସହ ସେ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାଧାରଣ ପିଲାଙ୍କ ପରି ସ୍କୁଲ ଯାଉ ବୋଲି ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି ମନ୍ତ୍ରୀ ।
ସୂଚନା ଅନୁଯାୟୀ, ପ୍ରତାପ ଜେନା ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସମୟରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ର ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ସମସ୍ୟା ଗଣମାଧ୍ୟମ ଜରିଆରେ ପଦାକୁ ଆସିଥିଲା । ପରେ ମନ୍ତ୍ରୀ ଜେନାଙ୍କ ଉଦ୍ୟମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ସରକାର ସେମାନଙ୍କ ଚିକିତ୍ସା ପାଇଁ ଏକ କୋଟି ଟଙ୍କା ଅନୁଦାନ ଦେଇଥିଲେ । ଫଳରେ ଦିଲ୍ଲୀ ଏମ୍ସ୍ରେ ଏକ ଅତି ବିରଳ ଅସ୍ତେ୍ରାପଚାର ଜରିଆରେ ସେମାନଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ସେତେବେଳେ ଏହା ସମଗ୍ର ବିଶ୍ୱରେ ଆଲୋଚ୍ୟ ବିଷୟ ହୋଇଥିଲା । ଦିଲ୍ଲୀରେ ଅପେକ୍ଷା କୃତ ସୁସ୍ଥ ହେବାପରେ ସେମାନଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହାର କିଛିଦିନ ପରେ ସେଠାରେ ବଳିଆର ମୃତୁ୍ୟ ହୋଇଥିଲା । ନିକଟରେ ଜଗାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ସେଠାରେ ଶିଶୁ ବିଭାଗରେ ଏକ ଡାକ୍ତରୀ ଟିମର ତତ୍ୱାବଧାନରେ ତାର ଚିକିତ୍ସା ଚାଲିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons