ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ ଶିଶୁ ଅଧିକାର ସୁରକ୍ଷା କମିସନ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଏସ୍ସିବି ପରିଦର୍ଶନ କରି ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଆନୁଧ୍ୟାନ କରିଛନ୍ତି । ଆଇସିୟୁରେ ଚିକିତ୍ସିତ ହେଉଥିବା କାଳିଆ ପାଖକୁ କମିସନ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନଙ୍କ ସମେତ ସଦସ୍ୟା ମନ୍ଦାକିନି କର ଓ ଗୀତାଞ୍ଜଳି ବସ୍ତିଆ ଯାଇ ତାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କଠାରୁ ବୁଝିଥିଲେ । ସେହିପରି ଟିମ୍ର ସଦସ୍ୟାମାନେ ଜଗାର ଭଲମନ୍ଦ ସମ୍ପର୍କରେ ତାର ବାପ ମା’ଙ୍କଠାରୁ ବୁଝିଥିଲେ । ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।
ଜଗା ସହ କମିସନ ଅଧ୍ୟକ୍ଷା ଓ ସଦସ୍ୟାମାନେ କିଛି ସମୟ ବିତାଇବା ସହ କଥା ମଧ୍ୟ ହୋଇଥିଲେ । ଜଗା ଏବେ ସୁସ୍ଥ ଅଛି । ତାର ଏବେ ଖେଳିବା, ବୁଲିବା ସମୟ । ଦୀର୍ଘ ଦିନ ରହି ଗୋଟିଏ କୋଠରୀ ତଥା ଡାକ୍ତରଖାନା ପରିବେଶରେ ରହିବା ଜଣେ ଶିଶୁ କ୍ଷେତ୍ରରେ ଉପଯୁକ୍ତ ନୁହେଁ । ଜଗାର ମାନସିକ ବିକାଶ ଦୃଷ୍ଟିରୁ ସେ ଘରୋଇ ପରିବେଶରେ ଏବଂ ଅଭିଭାବକ ମେଳରେ ରହିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । ପାଠ ପଢ଼ିବା ଲାଗି ଜଗାର ବୟସ ହୋଇଗଲାଣି । ଏବେ ତାର ମୁଣ୍ଡର ଖପୁରି ନଥିବାରୁ ଏଭଳି ସ୍ଥିତିରେ ସେ ସ୍କୁଲ୍ ଯିବା ଠିକ ହେବ ନାହିଁ । ଆଉ କିଛି ମାସ ପରେ ସ୍କୁଲ୍ ଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ତଥାପି ଜଗାର ମାନସିକ ବିକାଶ ଲାଗି ଘରେ ରହି ପାଠ ପଡ଼ା ସୁବିଧା ବନେ୍ଦାବସ୍ତ କରିବା ଦିଗରେ କମିସନ ପଦକ୍ଷେପ ନେବେ ଓ ସରକାରଙ୍କୁ ଅବଗତ କରାଇବେ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । ଅନ୍ୟପକ୍ଷରେ ଜଗାର ଖେଳକୁଦ ପାଇଁ ଖେଳ ସାମଗ୍ରୀ ସମେତ ପାଠପଢ଼ା ଅଭ୍ୟାସ ପାଇଁ ବିଭିନ୍ନ ଉପକରଣ ଯୋଗାଇ ଦିଆଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି କମିସନ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons