
ପୁରୀ : ଶ୍ରୀମନ୍ଦିରରେ ଅଘଟଣ। ଶ୍ରୀଜିଉଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କଟକର ମନୋହରଲାଲ ରାଇକୁଆର। ଖବର ଅନୁଯାୟୀ, ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ମନୋହରଲାଲ୍ ପାଟ ଅଗଣାକୁ ଆସିଲା ବେଳେ ଅସୁସ୍ଥ ହୋଇପଡିଥିଲେ। ଶ୍ରୀମନ୍ଦିର କର୍ମଚାରୀ ମାନେ ମନ୍ଦିର ଆମ୍ବୁଲାନ୍ସରେ ଚିକିତ୍ସା ନିମନ୍ତେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ଏହି ଅଘଟଣ ନେଇ ଶ୍ରୀମନ୍ଦିର ନୀତିକାନ୍ତିରେ କୌଣସି ବ୍ୟାଘାତ ହୋଇନଥିବା ସୂଚନା ମିଳିଛି।


Comments are closed, but trackbacks and pingbacks are open.