ଖଡ଼ିଆଳ,(ବି.ବି.ନୁ୍ୟଜ୍): ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଲାଞ୍ଜି ଢେଙ୍କିକୁଟ ଡୁଙ୍ଗୁରୀ ମଧ୍ୟରେ ଶୁକ୍ରବାର ଏକ ନର କଙ୍କାଳ ଠାବ ହୋଇଛି । ଖବର ପାଇ ପୁଲିସ ଘଟଣାରେ ଛାନ୍ଭିନ୍ ଆରମ୍ଭ କରିଛି ।
ସୂଚନାମତେ, ଢେଙ୍କୁକୁଟ ଡୁଙ୍ଗୁରୀରେ ଏକ ନର କଙ୍କାଳ ପଡ଼ିଥିବା ଲାଂଜି ଗାଁଲୋକେ ଦେଖିବା ପରେ ଗ୍ରାମରକ୍ଷୀ ଅଙ୍କୁର ବାଗ ଖଡ଼ିଆଳ ଥାନାରେ ଖବର ଦେଇଥିଲେ । ପୁଲିସ ତେବେ ଏହି କଙ୍କାଳ କେଉଁଠୁ ଆସିଲା, ହତ୍ୟା ନା ଆତ୍ମହତ୍ୟା, ନା କିଏ କାହାକୁ ଏଠି ମାରି ଫୋପାଡ଼ି ଦେଇ ଯାଇଛି ସେ ନେଇ ପୁଲିସ ଏବେ ଛାନ୍ଭିନ୍ ଆରମ୍ଭ କରିଛି । ଏସ୍ଆଇ ଜିତୁମୋହନ ବେଶ୍ରା ଘଟଣା ସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିଛନ୍ତି । ଶନିବାର ବ୍ୟବଚ୍ଛେଦ ପାଇଁ ଡାକ୍ତରୀ ଦଳଙ୍କୁ କୁହାଯିବ ଓ ପରେ ପୋତି ଦିଆଯିବ ବୋଲି ପୁଲିସ କହିଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।
Comments are closed, but trackbacks and pingbacks are open.