ତୁରୁମୁଙ୍ଗା,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ସିଲିଦା ୟୁକାଲିୀଟାସ ଜଙ୍ଗଲରୁ ସୋମବାର ଏକ ମୁଣ୍ଡ ବିହୀନ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକେ ସକାଳୁ ଜଙ୍ଗଲକୁ ଯାଇଥିବାବେଳେ ମୃତଦେହ ପଡିଥିବା ଦେଖି ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ । ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଥିଲା । ୭/୮ ଦିନ ତଳୁ ମୃତଦେହ ପଡିଥିବା ପୁଲିସ ଅନୁମାନ କରୁଛି । ମୃତ ଦେହର ମୁଣ୍ଡ ନଥିବା ସହ ପଚି ସଢି ଯାଇଥିବାରୁ ତାହାକୁ ଚିହ୍ନଟ ହୋଇ ପାରିନାହିଁ । ଘଟଣାସ୍ଥଳରୁ ଏକ ଲୁହା ରଡ୍ ଜବତ ହୋଇଥିବାବେଳେ ଏହା ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି । ଶବ ଚିହ୍ନଟ ପାଇଁ ମୃତଦେହକୁ କେନ୍ଦୁଝର ନିଆଯାଇ ଫ୍ରିଜରରେ ରଖାଯାଇଛି । କଟା ମୁଣ୍ଡକୁ ଠାବ କରିବା ପାଇଁ ପୁଲିସ ତଦନ୍ତ ଚଳାଇଛି ।


Comments are closed, but trackbacks and pingbacks are open.