ଜଙ୍ଗଲରେ ନିଆଁ ଲଗାଇ ଶିକାର ଉଦ୍ୟମ: ଶିକାରୀ ଗିରଫ

Get real time updates directly on you device, subscribe now.

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ରେଞ୍ଜ ଅନ୍ତର୍ଗତ ମାଣିକେଶ୍ଵର ରିଜର୍ଭ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବାକୁ ଉଦ୍ୟମ କରୁଥିବାବେଳେ ଶିକାରୀ ଗିରଫ । ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ଜଣେ ଶିକାରୀକୁ କାବୁ କରିଛନ୍ତି । ଗିରଫ ଶିକାରୀ ଜଣଙ୍କ ବଡମାହା ଗ୍ରାମର ମିଟୁ ପ୍ରଧାନ ବୋଲି ବନ ବିଭାଗ ରେଞ୍ଜର ସଂଜୟ ସାହୁ କହିଛନ୍ତି । ମିଟୁ ପାଖରୁ ଗୋଟିଏ ବନ୍ଧୁକ ଓ ଗୁଳି ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ବନ ବିଭାଗ । ବନ ବିଭାଗ ଫରେଷ୍ଟର ବିଷ୍ଣୁପ୍ରସାଦ ରଥ ଓ ବନରକ୍ଷୀ ଅଜିତ କୁମାର ଗଣ୍ଡା ଶିକାରୀ ମିଟୁକୁ ଗିରଫ କରିଛନ୍ତି ।
ଏ ସଂପର୍କରେ ୧୨୭/୨୧ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମିଟୁ ପ୍ରଧାନକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ରେଞ୍ଜର । ରାଇକିଆ ବନ ବିଭାଗ କର୍ମଚାରୀଙ୍କ କାର୍ୟ୍ୟଦକ୍ଷତା ଓ ସମୟୋଚିତ ପଦକ୍ଷେପ ଯୋଗୁଁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ଭବ ହୋଇପାରିଥିବା ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା କହିଛନ୍ତି । ବନ ବିଭାଗର ବ୍ୟାପକ ସଚେତନତା ସତ୍ତ୍ବେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ସମ୍ଭବ ହୋଇପାରୁନଥିବା ଦେଖାଯାଉଛି। ତଥାପି ଫୁଲବାଣୀ ବନଖଣ୍ଡ ଅଧିନରେ ଥିବା ୭ଟି ରେଞ୍ଜରେ ବନ କର୍ମଚାରୀମାନେ ସକ୍ରିୟ ରହି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଡିଏଫଓ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons