ଜଙ୍ଗଲ ନିଅାଁରେ ଜଳିଗଲେ ବୃଦ୍ଧା

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ): ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ଦୀର୍ଘଦିନ ଧରି କନ୍ଧମାଳର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଅାଁ ଯୋଗୁଁ ବନ୍ୟପ୍ରାଣୀଙ୍କ ସହ ମଣିଷ ଜୀବନ ମଧ୍ୟ ସଙ୍କଟରେ ପଡ଼ୁଥିବା ବାରମ୍ବାର କୁହାଯାଉଥିଲା । ହେଲେ ଏଥିପ୍ରତି ବନ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଆଜି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି । ରାଇକିଆ ବ୍ଲକ୍ ବାକିଙ୍ଗିଆ ଗ୍ରାମର ଜଣେ ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ଜଙ୍ଗଲ ନିଅାଁରେ ଜଳିଯାଇ ସେ ପ୍ରାଣ ହରାଇଛନ୍ତି । ମୃତ ମହିଳା ହେଉଛନ୍ତି ଉକ୍ତ ଗ୍ରାମର ରମାଦେଇ ପ୍ରଧାନ (୭୩) ବୋଲି ପୁଲିସ କହିଛି ।
ସୂଚନା ଅନୁଯାୟୀ, ରମାଦେଇ ସବୁଦିନ ଭଳି ବୁଧବାର ମଧ୍ୟ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିଲେ । ତେବେ ଜଙ୍ଗଲରେ ନିଅାଁ ଲାଗିଥିବା ଦେଖି ସେ ତାକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ଅସାବଧାନତା ଯୋଗୁଁ ସେହି ନିଅାଁରେ ସେ ଜଳି ଯାଇଥିଲେ । ଜଳୁଥିବା ଜଙ୍ଗଲରୁ ବାହାରକୁ ଆସି ନ ପାରି ଶେଷରେ ସେ ମୃତୁ୍ୟବରଣ କରିଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ରାଇକିଆ ପୁଲିସ ସେଠାରେ ପହଞ୍ଚô ବୃଦ୍ଧାଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରାଇକିଆ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।
ତେବେ କର୍ମଚାରୀଙ୍କ ଅଭାବରୁ ଦୀର୍ଘ ୫ଘଣ୍ଟା କାଳ ଶବଟି ବ୍ୟବଚ୍ଛେଦ କେନ୍ଦ୍ର ବାହାରେ ଏକ ଅଟୋ ରିrାରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଜିଲ୍ଲା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ ଏହାକୁ ଏକ ସମ୍ବେଦନଶୀଳ ଘଟଣା କହି ଏଥିପାଇଁ ବନ ବିଭାଗକୁ ଏବଂ ସରକାରଙ୍କୁ ଦାୟୀ କରିଛନ୍ତି । ଜିଲ୍ଲାସାରା ଜଙ୍ଗଲରେ ନିଅାଁ ଲାଗିଥିବା ବେଳେ ବନ ବିଭାଗ ଏହାକୁ ଆୟତ୍ତ କରିବାରେ ବିଫଳ ହୋଇଛି । କର୍ମଚାରୀ ଓ ସାଜ ସରଞ୍ଜାମର ଅଭାବ କହି ଘଟଣାକୁ ଏଡ଼ାଇ ଚାଲିଛି ବିଭାଗ । ଆଜିର ଘଟଣା ସମ୍ପର୍କରେ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କୁ ପଚାରିବାରୁ ତାଙ୍କ ପାଖରେ ଖବର ନଥିବା କହିଛନ୍ତି । ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିବା କେହି ବ୍ୟକ୍ତି ପୋଡ଼ିହେଲେ ଆମେ କ’ଣ କରିବୁ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଘଟଣାରେ ରାଇକିଆ ଥାନା ପୁଲିସ ୩/୨୧ରେ ଏକ ଅପମୃତୁ୍ୟ ମାମାଲା ରୁଜୁ କରି ତଦନ୍ତ ଆଗକୁ ନେଇଥିବା ଥାନାଧିକାରୀ ତରୁଣ ତପନ ବେହେରା ସୂଚନା ଦେଇଛନ୍ତି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons