ଜଙ୍ଗଲ ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ମାଲଗାଁ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି କ୍ଷ ମୃତକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ମାଲଗାଁ ଗ୍ରାମର ଜହରଲାଲ ନାଗେଶ କ୍ଷ ତେବେ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ଚାରିଟା ସମୟରେ ଘରୁ ବାହାରି ଔଷଧୀୟ ଜଙ୍ଗଲ ଦ୍ରବ୍ୟ ବିରଜି ଖାଡ଼ି ସଂଗ୍ରହ କରିବାକୁ ଯାଇ ଫେରିନଥିଲେ କ୍ଷ ହେଲେ ମୃତକ ଜହରଲାଲ ନଫେରିବା ଦେଖି ପରିବାର ଲୋକ ନିଜର ପ୍ରିୟଜନଙ୍କୁ ନେଇ ଗତକାଲି ରାତି ସାତଟା ସମୟରେ ଖୋଜିବାକୁ ଯାଇଥିଲେ କିନ୍ତୁ ଫେରିପାଇ ନଥିଲେ ତେବେ ଆଜି ସକାଳେ ଗାଁ ର ପଚାଶ ଷାଠିଏ ଜଣ ଲୋକଙ୍କୁ ନେଇ ଖୋଜିବାକୁ ଯାଇ ଶେଷରେ ଜାମପେନ୍ ଜଙ୍ଗଲ ରେ ଠାବ କରି ସ୍ଥାନୀୟ ଥାନା ଅଧିକାରୀ ଚନ୍ଦାହାଣ୍ଡି ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ କ୍ଷ ତେବେ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଚନ୍ଦାହାଣ୍ଡି ଥାନା ଅଧିକାରୀ ପରମାନନ୍ଦ ସୁନାନୀ ନିଜର ଦଳବଳ କୁ ନେଇ ଜାମପେନ୍ ଜଙ୍ଗଲ କୁ ଆସି ତଦନ୍ତ କରିଥିଲେ ଓ ଉକ୍ତ ମୃତ୍ୟୁ ଘଟଣା ସମ୍ପର୍କରେ ଅଧିକ ଜାଣିବା ପାଇଁ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ନବରଙ୍ଗପୁର ଙ୍କ ସହ ଯୋଗାଯୋଗ କରି ପଡ଼ୋଶୀ କଳାହାଣ୍ଡି ସାଇଣ୍ଟିଫିକ୍ ଅଫିସର ଟିମ୍ ର ସହଯୋଗରେ ଘଟଣା ଘଟିଥିବା ସ୍ଥାନ ରେ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା ନିରିକ୍ଷା କରି ମୃତ୍ୟୁବରଣ କରିଥିବା ବ୍ୟକ୍ତି ଓ ସ୍ଥାନର ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ଏହାର ତଦନ୍ତ ଆହୁରି ଆଗକୁ ବଢାଇଥିବା ବେଳେ ଘଟଣାସ୍ଥଳରେ ତଦନ୍ତ କରୁଥିବା ଗ୍ଦକ୍ଟକ୍ଟ୍ର ଟିମ୍ କୁ ଆମ ପ୍ରତିନିଧି ତଦନ୍ତ ନେଇ ପ୍ରତିକ୍ରିୟା ଚାହିଁ ଥିବା ବେଳେ ତଦନ୍ତକାରୀ ଦଳ ଉକ୍ତ ଘଟଣା ନେଇ ମୁହଁ ଖୋଲି ନଥିଲେ କ୍ଷ ତେବେ ଏହି ମୃତ୍ୟୁ ଘଟଣା ହତ୍ୟା ନା କୌଣସି କାରଣ ବଶତଃ କିମ୍ଵା ଜଙ୍ଗଲ ର ପଥର ଓ ଲତା ବୁଦା ମଧ୍ୟରେ ଛନ୍ଦି ହୋଇ ମୃତ୍ୟୁ ଘଟିଛି ନା ତାଙ୍କୁ କେହି ପାରିବାରିକ ପୂର୍ବ ଶତ୍ରୁତା ରୁ ହତ୍ୟା କରିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଯହରଲାଲ ର ମୃତ୍ୟୁ ସନ୍ଦେହ ଘେରରେ ରହିଯାଇଛି କ୍ଷ ତେବେ ସାଇଣ୍ଟିଫିକ୍ ଟିମ୍ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କାର୍ୟ୍ୟ ସାରିଥିବା ବେଳେ ମୃତ ବ୍ୟକ୍ତିର ଶବକୁ ଚନ୍ଦାହାଣ୍ଡି ହସ୍ପିଟାଲ୍ କୁ ନେଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା କ୍ଷ ତେବେ ଏ ଘଟଣାର ରହସ୍ୟ ଚନ୍ଦାହାଣ୍ଡି ପୋଲିସ କେବେ ଓ କିଭଳି ଭାବେ ଏ ଘଟଣାର ତଦନ୍ତ କରି ରହସ୍ୟ ର ଅନ୍ତ ଘଟାଉଛି ତାହା ଦେଖିବାକୁ ବାକି ରହିଲା …

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons