ଜଙ୍ଗଲ ମଝିରେ ଯୁବକଙ୍କୁ ତଣ୍ଟିକାଟି ପଥରରେ ଛେଚି ହତ୍ୟା, କ୍ଷତାକ୍ତ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ବଣାଇ : ଜଙ୍ଗଲରୁ ଯୁବକ କ୍ଷତାକ୍ତ ମୃତଦେହ ଉଦ୍ଧାର। ପଥରରେ ଛେଚି ଯୁବକକୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟରେ ଥିବା ଜଙ୍ଗଲ ପାଖରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ନିକତବର୍ତ୍ତୀ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୁଲିସ୍‌କୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିବା ସୂଚନା ମିଳିଛି ।
ଘଟଣାସ୍ଥଳରୁ ମଦ ବୋତଲ, ଗାଡି ମଧ୍ୟ ଜବତ କରିଛି ପୋଲିସ । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଯୁବକଙ୍କୁ କେହି ଗତକାଲି ରାତିରେ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ରାଉରକେଲା ଜଲଦା ଅଞ୍ଚଳରେ ବୋଲି ଜଣାପଡିଛି । ପୁଲିସ୍ ସାଇଣ୍ଟିଫିକ୍‌ ଟିମ୍ ସହାୟତାରେ ଘଟଣା ସ୍ଥଳର ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣା ସଂପର୍କରେ ଜଣାପଡିବ ବୋଲି ପୁଲିସ୍ ସୂଚନା ଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons