ଜଙ୍ଗଲ ସମ୍ପୂର୍ଣ ଧ୍ୱଂସ ହେଲାଣି ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା, କୁମ୍ଭକର୍ଣ୍ଣ ନିଦ୍ରାରେ ଡାବୁଗାଁ ବନ ବିଭାଗ କର୍ମଚାରୀ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ରେ ବେଧଡକ ଭାବେ ଚାଲିଛି ଜଙ୍ଗଲ କଟା । କୁମ୍ଭକର୍ଣ୍ଣ ନିଦ୍ରାରେ ଡାବୁଗାଁ ବନ ବିଭାଗ କର୍ମଚାରୀ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା। ଜଙ୍ଗଲ ସରିବା ପରେ ଜଙ୍ଗଲ କମିଟି ତିଆରି କରିବା ପାଇଁ ପ୍ରୟାସର ପ୍ରହସନ ମାତ୍ର ।ପରିବେଶ ସୁରକ୍ଷା ପାଇଁ ସରକାର ଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ରେ କୃତ୍ରିମ ଜଙ୍ଗଲ ସୃଷ୍ଟି କରାଯାଉଛି । ପ୍ରତି ବର୍ଷ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଉଛି । ହେଲେ ପ୍ରାକୃତିକ ଜଙ୍ଗଲ ର ମୂଲ୍ୟବାନ ଗଛ କାଟି ଜଙ୍ଗଲ ନଷ୍ଟ କରୁଛନ୍ତି କାଠ ମାଫିଆ ।ପ୍ରତିବର୍ଷ ଶହ ଶହ ହେକ୍ଟର ବିନା ବାଧା ସଂରକ୍ଷିତ ଜଙ୍ଗଲ କୁ ନଷ୍ଟ କରି ଚାଷ କରାଯାଉଛି । ବନବିଭାଗ କର୍ମଚାରୀ ଙ୍କ ମନୋଭାବ ଓ ମଧୁଚନ୍ଦ୍ରିକା ଯୋଗୁଁ ପାହାଡ଼, ପର୍ବତ ରେ ଥିବା ଗଛ କାଟି ଚାଷ କରିବାକୁ ବସିଲେଣି । ଯାହା ଫଳରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ହୋଇ ପଦା ହେଉଥିବା ବେଳେ ଜଙ୍ଗଲ ଜୀବ ଜନ୍ତୁ ଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଡାବୁଗାଁ ଵନାଞ୍ଚଳ ଅଧୀନରେ ଥିବା ବାଇଗାଁ, ସରଗୁଳି, ଚିକିଲି, ଡୁମନିଗୂଡା ଏବଂ ଡାବୁଗାଁ ଆଦର୍ଶବିଦ୍ୟାଳୟ ଆଗରେ ଥିବା ଜଙ୍ଗଲ ସମ୍ପୂର୍ଣ୍ଣ ଧ୍ୱଂସ ହେବାକୁ ବସିଲାଣି କହିଲେ ଚଳେ । ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି କିନ୍ତୁ ବନବିଭାଗ ର ବ୍ଲକ ଦାଇତ୍ୱ ରେ ଥିବା କର୍ମଚାରୀ ମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ଏଭଳି ପରିସ୍ଥିତି ରହିଲେ କିଛି ବର୍ଷ ମଧ୍ୟରେ ଜଙ୍ଗଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ଜଙ୍ଗଲ କୁ ରକ୍ଷା କରିବା ପାଇଁ ସରକାର ବନ ବିଭାଗର କର୍ମଚାରୀ ନିୟୋଜିତ କରିଛନ୍ତି କିନ୍ତୁ କର୍ମଚାରୀ ଙ୍କ ଅପାରଗତା ଯାଗୁଁ ପ୍ରତି ବର୍ଷ ଏକର ଏକର ସଂରକ୍ଷୀତ ଜଙ୍ଗଲ ଧ୍ୱଂସ ପାଉଛି ଏହା ଏବେ ପ୍ରଶ୍ନବାଚୀ ସୃଷ୍ଠି କରୁଛି ଜଙ୍ଗଲ କ୍ଷୟ ଯୋଗୁଁ ମଣିଷ, ପଶୁପକ୍ଷୀ ସମସ୍ତ ବନ୍ୟପ୍ରାଣୀଙ୍କୁ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ିବ ତେଣୁ ଜଙ୍ଗଲ ପ୍ରତି ସାଧାରଣ ଜନତା ସଚେତନତା ଏକାନ୍ତ ଆବଶ୍ୟକ ଥିବା ବେଳେ ଜିଲ୍ଲା ପ୍ରଶାସନ ଏଥି ପ୍ରତି ବିଶେଷଭାବରେ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons