ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଜଙ୍ଗଲ ରହିଲେ ଜୀବିକା ରହିବ । ଏହି କଥାକୁ ହୃଦୟଙ୍ଗମ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ୪ ଖଣ୍ଡ ଗାଁ ଲୋକ । ଜଙ୍ଗଲ ସୁରକ୍ଷା ପାଇଁ ଏମାନେ ଅଣ୍ଟା ଭିଡ଼ିଛନ୍ତି । ଗ୍ରାମବାସୀ ଏ ନେଇ ଏକ ବୈଠକ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ନଷ୍ଟ ପାଇଁ ବନ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ।
ସୂଚନା ଅନୁସାରେ, ଏହି ୪ ଖଣ୍ଡ ଗାଁ ହେଲା ଧୁରୁଆଗୁଡା, ମହୁଲି, ନଙ୍ଗାରାଡଙ୍ଗୀର ଓ ନୂଆଗୁଡା । ଗାଁର ଲକ୍ଷଣ ଗୌଡ, ବଳିଗୌଡ,ଗୋପାଳ ପୂଜାରୀଙ୍କ ନେତୃତ୍ୱରେ ବୈଠକ ହୋଇଛି । ଏମାନେ କହିଛନ୍ତି, ଗୋଟିଏ ଗୋÂୀ ଜଙ୍ଗଲ ସୁରକ୍ଷା କରୁଥିବା ବେଳେ ଅନ୍ୟଗୋÂୀ କାଠ ମାଫିଆଙ୍କ ସହ ମିଶି ଏହାକୁ ଧ୍ୱଂସ କରି ଚାଲିଛନ୍ତି । ପୂର୍ବରୁ ଏଠାରେ ୭ ଶହ ଏକରରୁ ଅଧିକ ଜଙ୍ଗଲ ଥିବାବେଳେ ଏବେ ଏହା ୫ ଶହ ଏକରକୁ ଖସିଆସିଛି । ବାକି ସବୁ ପଦା ହୋଇଯାଇଛି । ଜଙ୍ଗଲ ବଞ୍ଚାଇବାକୁ ଏହି ବୈଠକରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି । ମାଫିଆମାନେ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ନେବା ସହିତ ନିଆଁ ଲଗାଇ ଧ୍ୱଂସ କରି ଚାଲିଛନ୍ତି ବୋଲି ବୈଠକରେ ଅଭିଯୋଗ ହୋଇଛି । ବନବିଭାଗ ନିକଟରେ ଏହାକୁ ନେଇ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନଥିବା ଓ ବିଭାଗୀୟ କର୍ମଚାରୀ ହାତଗୁଞ୍ଜା ନେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ମାଫିଆ ଗ୍ରାମବାସୀଙ୍କୁ ଧମକ ଦେଇ ଜଙ୍ଗଲ କାଟି ଚାଲିଛନ୍ତି ।
ଏପରିସ୍ଥଳେ, ଆଗାମୀ ଦିନରେ ଜଙ୍ଗଲ ସୁରକ୍ଷା ପାଇଁ ୪ ଖଣ୍ଡ ଗାଁ ଲୋକ ମିଶିମିଶି ଲଢେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ବନାଞ୍ଚଳ ଅଧିକାରୀଙ୍କୁ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ ଜଙ୍ଗଲରେ ଗଛ କଟା ଯାଉଥିବା ନେଇ ଅଭିଯୋଗ ହେଉଥିବା କହିଛନ୍ତି । ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଡାକି ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons