
ଖୁଣ୍ଟୁଣୀ,(ବି.ବି.ନୁ୍ୟଜ): ଜଣେ ବେପାରୀଙ୍କୁ ସୁନାର ମୂର୍ତ୍ତି କହି ତମ୍ବା ମୂର୍ତ୍ତି ଦେଇ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେବା ଅଭିଯୋଗରେ ଖୁଣ୍ଟୁଣୀ ପୁଲିସ ଆଜି ଜଣକୁ ଗିରଫ କରିଛି । ତାହାଠାରୁ ୪୮ ହଜାର ଟଙ୍କା ପୁଲିସ ଜବତ କରିଛି । ଯୁବକ ଖୁଣ୍ଟୁଣୀ ଗ୍ରାମର ଲିପୁନ ଦଳେଇ(୨୬) । ଲିପୁନ ଦୁଇ ଦିନ ତଳେ ଖୁଣ୍ଟୁଣୀ ଉପର ସାହିର ନିରଞ୍ଜନ ବେହେରାଙ୍କୁ ଏକ ତମ୍ବା ମୂର୍ତ୍ତି ଦେଇଥିଲେ । ତାଙ୍କୁ ମୂର୍ତ୍ତି ଦେଲା ବେଳେ ଏହା ଏକ ସୁନାର ମୂର୍ତ୍ତି ବୋଲି କହି ତାଙ୍କ ଠାରୁ ୬ଲକ୍ଷ ୫୦ହଜାର ଟଙ୍କା ନେଇଯାଇଥିଲେ । ଏହାପରେ ସନେ୍ଦହ ହେବାରୁ ନିରଞ୍ଜନ ମୂର୍ତ୍ତିକୁ ପରଖିଥିଲେ । ଏହା ତମ୍ବା ମୂର୍ତ୍ତି ଥିବା ଜାଣି ଖୁଣ୍ଟୁଣୀ ଥାନାରେ ସୋମବାର ଏତଲା ଦେଇଥିଲେ । ପୁଲିସ ଏତଲା ପାଇ ଲିପୁନକୁ ପଚରାଉଚରା କରିବା ସହ ଉକ୍ତ ମୂର୍ତ୍ତିକୁ ପରୀକ୍ଷା ପାଇଁ କଟକ ପଠାଇଥିଲେ । ପରୀକ୍ଷାରୁ ଜଣାପଡିଥିଲା ଯେ ଏହା ଏକ ତମ୍ବା ମୂର୍ତ୍ତି । ଏହାପରେ ପୁଲିସ ଲିପୁନକୁ ଗିରଫ କରିଥିଲା । ତାକୁ ଆଜି କୋର୍ଟଚାଲାଣ କରାଯାଇଛି । ଖୁଣ୍ଟୁଣୀ ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି ପୁଲିସ ତାହା ଜାଣିବାକୁ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି ।
Comments are closed, but trackbacks and pingbacks are open.