ଜଣେ ପାଇଲଟ ଉଦ୍ଧାର, ଆଉ ଜଣେ ନିଖୋଜ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏକ ମିଗ୍-୨୯କେ ଯୁଦ୍ଧବିମାନ ଗୁରୁବାର ସନ୍ଧ୍ୟାରେ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ସନ୍ଧ୍ୟା ୫ଟା ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ନୌସେନା ଶୁକ୍ରବାର ସୂଚନା ଦେଇଛି । ଏହି ଦୁର୍ଘଟଣା ପରେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିଲାବେଳେ ଆଉ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ତାଙ୍କର ପତ୍ତା ଲଗାଇବା ପାଇଁ ନୌସେନା ଦ୍ୱାରା ଉଦ୍ୟମ ଜାରି ରହିଛି । ନୌସେନା କହିଛି କି ଉକ୍ତ ବିମାନଟି ନୌସେନାର ବିମାନବାହୀ ଯୁଦ୍ଧଜାହାଜ ଆଇଏନଏସ ବିକ୍ରମାଦିତ୍ୟରୁ ଉଡାଣ ଭରିଥିଲା । ଭାରତୀୟ ନୌସେନା ରୁଷ ନିର୍ମିତ ଏହି ମିଗ-୨୯କେ ଯୁଦ୍ଧବିମାନକୁ ଆଇଏନଏସ ବିକ୍ରମାଦିତ୍ୟରେ ମୁତୟନ କରିଥିଲାବେଳେ ଏବେ ନିର୍ମାଣାଧୀନ ଥିବା ବିମାନବାହୀ ଯୁଦ୍ଧଜାହାଜରେ ବି ଏଗୁଡିକୁ ନିୟୋଜିତ କରିବାକୁ ଯୋଜନା କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons