ଜଣେ ମହିଳା କ୍ୟାଡର୍ ମାଓବାଦୀ ମୃତ

Get real time updates directly on you device, subscribe now.

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ସୁକୁମା ଜିଲ୍ଲାରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବନିମୟ ଘଟି ଜଣେ ମହିଳା କ୍ୟାଡର ମାଓବାଦୀଙ୍କ ମୃତୁ୍ୟ ଘଟିଛି । ତାଙ୍କଠାରୁ ଏକ ଏକେ୪୭ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି ।
ସୀମାନ୍ତ ସୁକୁମା ଜିଲ୍ଲା ଚାନ୍ଦାମେଟା ଓ ପୟାରବତ ଜଙ୍ଗଲରେ ମାଓକ୍ୟାମ୍ପ ଚାଲିଥିବା ଖବର ପାଇ ସୁକୁମା ଜିଲ୍ଲା ପୁଲିସ, ସିଆରପିଏଫ ଯବାନ, ବସ୍ତର ଓ ଦନ୍ତେୱାଡ଼ା ଡିଆରଜି ଫୋର୍ସ ମିଳିତ କୁମ୍ୱିଂ ଅପରସେନରେ ଯାଇଥିଲେ । ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ତା’ର ପଲଟା ଜବାବରେ ଯବାନମାନେ ମଧ୍ୟ ଗୁଳିଚଳାଇଥିଲେ । ଉଭୟଙ୍କ ମଧ୍ୟରେ କିଛିସମୟ ଧରି ଗୁଳିବନିମୟ ହୋଇଥିଲା । ଯବାନମାନଙ୍କୁ ମୁକାବିଲା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗଦେଇ ଜଙ୍ଗଲରେ ପଳାଇଥିବା ବେଳେ ଯବାନଙ୍କ ଗୁଳିରେ ଜଣେ ମହିଳା କ୍ୟାଡର ମାଓବାଦୀଙ୍କ ମୃତୁ୍ୟ ଘଟିଛି । ତାଙ୍କ ନିକଟରୁ ଏକ ଏକେ ୪୭ ରାଇଫଲ ଓ ମାଓ କ୍ୟାମ୍ପରୁ ଦୁଇଟି ପିସ୍ତଲ, ବନ୍ଧୁକ, ଗୋଳାବାରୁଦ ଓ ମାଓ ସାମଗ୍ରୀ ଯବାନମାନେ ଜବତ କରିଛନ୍ତି । ଉକ୍ତ ଜଙ୍ଗଲରେ ଅଧିକ ମାଓବାଦୀ ମୃତାହତ ହୋଇଥିବା ସନେ୍ଦହରେ ପୁଲିସ ଓ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ବସ୍ତର ଆଇଜି ପି. ସୁନ୍ଦର ରାଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons