ଜଣେ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ନିକଟସ୍ଥ ନିର୍ମଳଝର ଠାରେ ମଙ୍ଗଳବାର ସନ୍ଧ୍ୟା ବେଳେ ଏକ ବାଇକ୍ରେ ଦୁଇ ଜଣ ଯୁବକ ବୋମା ନେଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଫଳରେ ସେମାନେ ନେଉଥିବା ବୋମା ବିସ୍ଫୋରଣ ଘଟି ଜଣଙ୍କର ମୃତୁ୍ୟ ଘଟିଛି । ମୃତକ ହେଉଛନ୍ତି ଖଲ୍ଲିକୋଟ ଏନ୍ଏସି ଅନ୍ତର୍ଗତ ନୂଆ ଫାସୁଳା ଗ୍ରାମର ମଣ୍ଟୁ ମହାରଣା ଓରଫ୍ ମିଟୁ (୨୨) । ତୁଳସୀପୁର ଗ୍ରାମର ସିଲୁ ପାହାନ (୨୦) ଗୁରୁତର ହୋଇଛନ୍ତି ।
ଦୁହେଁ ଏକ ବାଇକ୍ (ଓଡି୦୭ଆର୍-୦୧୮୦)ରେ ନିକଟବର୍ତ୍ତୀ ପେଟ୍ରାଲ୍ ପମ୍ପ୍ରେ ପେଟ୍ରାଲ ଭରିବା ପାଇଁ ଯାଉଥିଲେ । ତେବେ ନିର୍ମଳଝର ଛକ ଠାରେ ମୋଟରସାଇକେଲ୍ ଭାରସାମ୍ୟ ହରାଇବାରୁ ଦୁହେଁ ତଳେ ପଡି ଯାଇଥିଲେ । ଫଳରେ ସେମାନେ ଧରିଥିବା ବୋମା ପ୍ରଚଣ୍ଡ ଶବ୍ଦ କରି ଫୁଟି ଯାଇଥିଲା । ଘଟଣାସ୍ଥଳରେ ମଣ୍ଟୁଙ୍କ ମୃତୁ୍ୟ ଘଟିଥିଲା । ତାଙ୍କର ଗୋଟିଏ ହାତ ଶରୀରରୁ ଛିଡି ଯାଇ ଖଣ୍ଡେ ଦୂରରେ ପଡିଥିବା ବେଳେ ସେ ରକ୍ତାକ୍ତ ହୋଇ ଯାଇଥିଲେ । ଅନ୍ୟତମ ଆରୋହୀ ସିଲୁ ପାହାନ ଗୁରୁତର ହୋଇଥିଲେ । ତାଙ୍କୁ ଖଲ୍ଲିକୋଟ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ଦୁହେଁ ହାତ ବୋମା ଧରି କୌଣସି ହିଂସାକାଣ୍ଡ ଘଟାଇବାକୁ ଯାଉଥିଲେ ନା ଅନ୍ୟ କୌଣସି ଅପରାଧୀ ଗ୍ୟାଙ୍ଗ୍କୁ ହାତ ବୋମା ଯୋଗାଇବା ଯୋଜନାରେ ଥିଲେ ସେ ନେଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ଅନୁସନ୍ଧାନ ଚଳାଇଛି । ଘଟଣାସ୍ଥଳରେ ଗଞ୍ଜାମ ଏଏସ୍ପି ଉ+ଳ କେଶରୀ ଦାସ, ଏସ୍ଡିପିଓ ଗୌତମ କିଷାନ, ଗଞ୍ଜାମ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ, ରମ୍ଭା ଥାନାଧିକାରୀ କୃଷ୍ଣଚନ୍ଦ୍ର ସେଠୀ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ସାହୁ ପ୍ରମୁଖ ପହଞ୍ଚି ବିଭିନ୍ନ ଦିଗରୁ ଘଟଣା ତଦନ୍ତ ଜାରି ରଖିଛନ୍ତି । ଖଲ୍ଲିକୋଟ ଥାନାରେ ମକଦ୍ଧମା ରୁଜୁ କରାଯାଇ ଘଟଣାସ୍ଥଳରୁ ଫୁଟା ବେମାର ବ୍ୟବହୃତ ଅଂଶବିଶେଷକୁ ପୁଲିସ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons